Uncategorized

ମାନସିକ ରୋଗୀଙ୍କ ବୟାନ ଗ୍ରହଣ କରାଯାଇ ପାରିବ: ସୁପ୍ରିମ କୋର୍ଟ

ନୂଆଦିଲ୍ଲୀ: କୌଣସି ମାମଲାରେ ପୂର୍ବରୁ ମାନସିକ ରୋଗୀଙ୍କ ବୟାନକୁ ଗ୍ରହଣ କରାଯାଉ ନ ଥିଲା । କିନ୍ତୁ ଏଣିକି ଏମାନଙ୍କ ବୟାନକୁ ତଦନ୍ତ ଓ ନ୍ୟାୟିକ ପ୍ରକ୍ରିୟାରେ ଗ୍ରହଣ କରାଯାଇ ପାରିବ । ଏନେଇ ଗୁରୁବାର ସୁପ୍ରିମ କୋର୍ଟ ଏକ ମାମଲାର ଶୁଣାଣି ବେଳେ କହିଛନ୍ତି । ଏକ ଦୁଷ୍କର୍ମ ମାମଲାର ଶୁଣାଣି କାଳରେ େକୋର୍ଟ ଏହି ରାୟ ଦେଇଛନ୍ତି ।
୨୦୧୫ ମସିହାରେ ଉତ୍ତରାଖଣ୍ଡର ଜଣେ ମହିଳାଙ୍କ ସହିତ ଦୁଷ୍କର୍ମ ହୋଇଥିଲା । ମହିଳା ଜଣକ ଜଣେ ମାନସିକ ରୋଗୀ ଥିଲେ । ସେ ୭୦ ପ୍ରତିଶତ ମାନସିକ ଭାରସାମ୍ୟ ହରାଇ ଥିଲେ । ତେଣୁ ଶୁଣାଣି କାଳରେ ସେ ବହୁ ଘଟଣା ଭୁଲି ଯାଇଥିଲେ । ତେଣୁ ପ୍ରତିପକ୍ଷ ତାଙ୍କ ବୟାନ ଗ୍ରହଣ ଯୋଗ୍ୟ ନୁହେଁ ବୋଲି ଯୁକ୍ତି ବାଢିଥିଲେ । କିନ୍ତୁ ସୁପ୍ରିମ କୋର୍ଟ ବୟାନ ଦେଇଥିଲେ କି ତାଙ୍କ ବୟାନ ଗ୍ରହଣ କରାଯିବ । ଏହି ଘଟଣାରେ ପୂର୍ବରୁ ଅଭିଯୁକ୍ତକୁ ଜେଲଦଣ୍ଡ ହୋଇଛି । ଏହି ଦଣ୍ଡାଦେଶ ବିରୋଧରେ ସେ ସୁପ୍ରିମ କୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ।
ମାମଲାର ଶୁଣାଣୀ ବେଳେ ମହିଳାଙ୍କୁ ଗାଦ୍ଧୀଜୀ ଓ ଲାଲବାହଦୁର ଶାସ୍ତ୍ରୀଙ୍କ ଫଟୋ ଦେଖି ଚିହ୍ନିବା ପାଇଁ କୁହାଯାଇଥିଲା ଓ ମହିଳା ଉଭୟଙ୍କ ଚିହ୍ନିପାରିଥିଲେ । ଏହା ପରେ ଏହି ଯୁଗାନ୍ତକାରୀ ରାୟ ଦେଇଛନ୍ତି ।

 

Related posts

ଆସନ୍ତା ୩୧ ପର୍ଯ୍ୟନ୍ତ୍ୟ ଜମ୍ମୁର ସମସ୍ତ ପ୍ରାଥମିକ ବିଦ୍ୟାଳୟ ବନ୍ଦ

mahabharatanews

ଦିନଦୟାଲ ଉପାଧ୍ୟାୟଙ୍କ ପ୍ରତିମୁର୍ତ୍ତି ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ

mahabharatanews

ଛାତ୍ରଛାତ୍ରୀଙ୍କୁ ହିଂସା ବନ୍ଦ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

mahabharatanews