ଓଡିଶା

ମହିଳାଙ୍କୁ ଧକ୍କା ଦେଇ ଓଲଟିଲା କାର, ମହିଳା ମୃତ

(ରଜନୀକାନ୍ତ ପାତ୍ର/ଦିଗପହଣ୍ଡି): ବ୍ରହ୍ମପୁରରୁ ଗଜପତି ଯାଉଥିବା ଏକ କାର ଦିଗପହଣ୍ଡି ମୁଖ୍ୟ ରାସ୍ତାରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଗରୁତର ଭାବେ ଆହାତ ହୋଇଛନ୍ତି । ମୃତକ ଜଣଙ୍କ ହେଲେ ଦିଗପହଣ୍ଡିର କାଞ୍ଚନ ବେହେରା ।
ସୁଚନା ଅନୁସାରେ କାଞ୍ଚନ ସକାଳୁ ଫୁଲ ତୋଳୁ ଥିବା ସମୟରେ ଗୋଟିଏ କାର ଆସି ତାଙ୍କୁ ପଛପଟୁ ପିଟିଥିଲା । ତାପରେ ତାଙ୍କୁ ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ । ତେବେ ଆହାତ ମାନଙ୍କୁ ବ୍ରହ୍ମପୁର ଏମକେସିଜି କୁ ସ୍ଥାନାନ୍ତ୍ରଣ କରାଯାଇଥିବା ସୁଚନାରୁ ଜଣାପଡିଛି ।

Related posts

ବେଙ୍ଗାଲୁରୁରେ ପ୍ରବାସୀଙ୍କ ଛେନାପୋଡ଼ ଦିବସ ପାଳିତ ହୋଇଯାଇଛି

mahabharatanews

ବଢୁଛି ସ୍କ୍ରବ୍ ଟାଇଫସ୍, ସୁନ୍ଦରଗଡ଼ରେ ୨୧୧ ରୋଗୀ ଚିହ୍ନଟ 

mahabharatanews

ବିଶ୍ଵାସ ଆଗରେ ହାର ମାନିଛି ବିଜ୍ଞାନ

mahabharatanews