Uncategorized

ଟ୍ରମ୍ପ ସମର୍ଥକଙ୍କ ପ୍ରଦର୍ଶନ କାଳରେ ୪ ଜଣଙ୍କ ମୃତ୍ୟୁ

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଜୋ ବାଡନଙ୍କ ବିଜୟକୁ ଗ୍ରହଣ କରିପାରୁ ନାହାନ୍ତି ଟ୍ରମ୍ପ କି ତାଙ୍କ ସମର୍ଥକ । ବୁଧବାର ୱାଶିଂଟନ ଡିସିରେ ନିର୍ବାଚନର ଫଳାଫଳକୁ ବିରୋଧ କରି ଟ୍ରମ୍ପ ସମର୍ଥକ ବିରୋଧ ପ୍ରଦର୍ଶନ କରିବା ସହ ଫଳାଫଳ ପରିବର୍ତ୍ତନ କରିବା ପାଇଁ ଦାବି କରିବା ସମୟରେ ହିଂସ୍ର ହୋଇଉଠିଥିଲେ । ଏହି ପ୍ରଦର୍ଶନକାରୀମାନେ ଉଭୟ ସଂସଦର ଭିତର ଏବଂ ବାହାରୁ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ । ଫଳରେ ରାସ୍ତାରେ ପୁଲିସ ଓ ପ୍ରଦର୍ଶନକାରୀଙ୍କ ମଧ୍ୟରେ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଥିଲା, ଯେଉଁଥିରେ ୪ ଜଣଙ୍କ ମୃତ୍ୟୁ ଘଟିଛି। ବାଡେନଙ୍କ ଶପଥ ଗ୍ରହଣ ପୂର୍ବରୁ ଆମେରିକା ଅଶାନ୍ତ ହୋଇ ପଡିଛି ।

ସ୍ଥିତି ଅଣାୟତ ହେବାକୁ ସମସ୍ତ ସାଂସଦଙ୍କୁ ସୁରକ୍ଷିତ ବାହାର କରାଯାଇଥିଲା । ବିରୋଧ ପ୍ରଦର୍ଶନକାରୀଙ୍କ ଉପରକୁ ପୋଲିସ ପକ୍ଷରୁ ଲୁହ ବୁହା ଗ୍ୟାସ ପ୍ରୟୋଗ କରାଯିବା ସହିତ ଗୁଳି ଚାଳନା ମଧ୍ୟ କରାଯାଇଥିଲା । ଆସନ୍ତା ୨୦ ତାରିଖରେ ବିଜୟୀ ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବିଡେନ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିବାର କାର୍ୟ୍ୟକ୍ରମ ରହିଥିଲା । ବର୍ତ୍ତମାନର ପରସ୍ଥିତିକୁ ଦେଖିଲେ ବିଡେନଙ୍କ ଶପଥ ଗ୍ରହଣ କାର୍ୟ୍ୟକ୍ରମ ରଦ୍ଦ ହେବାର ଆଶା କରାଯାଉଛି ।

ଦେଶର ସାମ୍ପ୍ରତିକ ସ୍ଥିତିକୁ ନେଇ ଏବେ ଉପ ରାଷ୍ଟ୍ରପତି ମାଇକ ପେନ୍ସଙ୍କ ଉପରେ ଜନତାଙ୍କ ନଜର । ସାମ୍ବିଧାନିକ ପ୍ରକ୍ରିୟା ଆଧାରରେ ପେନ୍ସ ଟ୍ରମ୍ପଙ୍କୁ ବାହାର କରିବାର ପ୍ରକ୍ରିୟା ଆରମ୍ଭ କରିବେ ବୋଲି ଆଶା କରାଯାଇଛି । ଏହି ହିଂସାକାଣ୍ଡ ପରେ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମସ୍ତ ସୋସିଆଲ ମିଡିଆ ଆକାଉଣ୍ଟକୁ ବ୍ଲକ କରି ଦିଆଯାଇଛି ଓ ଟ୍ରମ୍ପ ନିଜ କାର୍ଯ୍ୟରୁ କ୍ଷାନ୍ତ ନ ହେଲେ ସବୁ ଦିନ ପାଇଁ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ବନ୍ଦ କରିବାକୁ ଚେତାବନୀ ଦିଆଯାଇଛି ।
ଆମେରିକାର ଏହି ସ୍ଥିତିକୁ ନେଇ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅସନ୍ତୋଷ ବ୍ୟକ୍ତ କରିବାକୁ ଏହାକୁ ନିନ୍ଦା କରିଛନ୍ତି । ଗଣତାନ୍ତ୍ରିକ ପ୍ରକ୍ରିୟା ନିଶ୍ଚିତ ଭାବରେ ଜାରି ରହିବା ଆବଶ୍ୟକ ବୋଲି ମୋଦି ଲେଖିଛନ୍ତି । ମୋଦି ଟ୍ୱିଟ କରି ଲେଖିଛନ୍ତି କି, ଆମେରିକୀୟ ହିଂସାକାଣ୍ଡକୁ ଦେଖି ମୁଁ ଚିନ୍ତିତ । ୱାଶିଂଟନ ଡିସିରେ ହେବାକୁ ଥିବା କ୍ଷମତା ହସ୍ତାନ୍ତର ସୁରୁଖୁରୁ ଭାବରେ ଜାରି ରହିବା ଉଚିତ ।

 

Related posts

ଭାରତ ମେଡ ଇନ ଇଣ୍ଡିଆ ମାଧ୍ୟରେ କୋଭିଡ-୧୯ ସଂକ୍ରମଣକୁ ନିୟନ୍ତ୍ରଣ କରିବାରେ ସକ୍ଷମ: ମୋଦି

mahabharatanews

ଋତୁଚକ୍ର ସ୍ୱଚ୍ଛତା ସଚେତନତାରେ ମାନୁଷୀ ସାମିଲ

mahabharatanews

ଆଜି ପୁଣି ଭାରତ-ଚୀନ ସାମରିକ ଅଧିକାରୀସ୍ତରୀୟ ଆଲୋଚନା

mahabharatanews