Uncategorized

ଆଜି ପୁଣି ଭାରତ-ଚୀନ ସାମରିକ ଅଧିକାରୀସ୍ତରୀୟ ଆଲୋଚନା

(ନୂଆଦିଲ୍ଲୀ):ଭାରତ ଓ ଚୀନ ମଧ୍ୟରେ ଉତ୍ତେଜନାତ୍ମକ ସ୍ଥିତି ଜାରି ରହିଛି । ଲଦାଖର ଗଲୱାନ ଘାଟିରେ ହୋଇଥିବା ହିଂସା ପରେ ଉଭୟ ଦେଶରେ ଉତ୍ତେଜନା ବଢ଼ିଛି । ତେବେ ଏ ସମ୍ବନ୍ଧରେ ଆଲୋଚନା ପାଇଁ ଆଜି ଭାରତ ଓ ଚୀନ୍ ପକ୍ଷରୁ ବରିଷ୍ଠ ସାମରିକ ଅଧିକାରୀମାନେ ଆଲୋଚନା କରିବେ। ଜୁନ୍ ୬ ତାରିଖ ଆଲୋଚନା ପରଠାରୁ ଏହା ହେଉଛି ଦ୍ବିତୀୟ ଆଲୋଚନା ବୈଠକ। ବାସ୍ତବ ନିୟନ୍ତ୍ରଣ ରେଖାର ଚୀନ୍ ପଟରେ ଏବଂ ଚୁଶୁଲର ବିପରୀତରେ ଥିବା ମୋଲଦୋରେ ଆଜିର ଆଲୋଚନା ଆୟୋଜନ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଉଭୟ ଦେଶ ମଧ୍ୟରେ ଦେଖାଦେଇଥିବା ଉତ୍ତେଜନା ହ୍ରାସ କରିବା ପାଇଁ ଦୁଇ ଦେଶ ଏହି ଆଲୋଚନାରେ ଭାଗ ନେଇପାରନ୍ତି । ଉତ୍ତେଜନା ହ୍ରାସ କରିବା ପାଇଁ ଉଭୟ ଦେଶ ମଧ୍ୟରେ ସୈନ୍ୟ ଓ କୂଟନୈ÷ତିକ ସ୍ତରରେ ଆଲୋଚନା ହୋଇପାରେ । ଉଲ୍ଲେଖଯୋଗ୍ୟ ଯେ, ଜୁନ୍ ୧୫ ତାରିଖ ରାତିରେ ଗଲୱାନ ଘାଟିରେ ଚୀନ୍ ଯବାନ ଓ ଭାରତୀୟ ଯବାନଙ୍କ ମଧ୍ୟରେ ବିନା ଗୁଳିଗୋଳାରେସଂଘର୍ଷ ଘଟିଥିଲା । ଫଳରେ ଭାରତ ପଟରୁ ଜଣେ କମାଣ୍ଡର୍ଙ୍କ ସମେତ ୨୦ ଜଣ ଯବାନ ସହିଦ ହୋଇଥିଲେ। ସେହିପରି ଚୀନର ସୈନିକମାନେ ମଧ୍ୟ ଏଥିରେ ମୃତାହତ ହୋଇଥିଲେ । ଏହି ସଂଘର୍ଷ ପୂର୍ବରୁ, ଜୁନ୍ ୬ ତାରିଖ ଦିନ ୧୪ କର୍ପସ୍ର ଲେଫ୍ଟନାଣ୍ଟ ଜେନେରାଲ୍ ହରିନ୍ଦର ସିଂହ ଏବଂ ଅନ୍ୟାନ୍ୟ ସାମରିକ ଅଧିକାରୀ ଚୀନ୍ ପ୍ରତିପକ୍ଷଙ୍କ ସହ ଆଲୋଚନା କରିଥିଲେ। ସୂଚନଯୋଗ୍ୟ, ଗଲ୍ୱାନ୍ ସଂଘର୍ଷ ପରେ ବର୍ତ୍ତମାନ ବାସ୍ତବ ନିୟନ୍ତ୍ରଣ ରେଖାର ଉଭୟ ପାର୍ଶ୍ବରେ ଭାରତ ଓ ଚୀନ୍ ପକ୍ଷରୁ ହଜାରରୁ ଊର୍ଦ୍ଧ୍ବ ଲେଖାଏଁ ଯବାନ ପହରା ଦେଉଛନ୍ତି।

Related posts

କପିଲଙ୍କ ପରେ ଆପ ନେତାଙ୍କ ସିଏଏକୁ ସମର୍ଥନ

mahabharatanews

କରୋନା ଯୋଦ୍ଧା ଡାକ୍ତର ପାଉ ନାହାନ୍ତି ଦରମା

mahabharatanews

ଆମେରିକାକୁ ଚୀନର ଚେତାବନୀ: କନ୍‌ସୁଲେଟ୍ ବନ୍ଦ କଲେ ପ୍ରତିଶୋଧ ନିଆଯିବ

mahabharatanews