Uncategorized

ଋତୁଚକ୍ର ସ୍ୱଚ୍ଛତା ସଚେତନତାରେ ମାନୁଷୀ ସାମିଲ

ନୂଆଦିଲ୍ଳୀ: ପୂର୍ବତନ ମିସ ୱାର୍ଲ୍ଡ ମନୁଷୀ ଛିଲ୍ଲାର ଆଜି ବିଶ୍ୱ ଋତୁସ୍ରାବ ସ୍ୱଚ୍ଛତା ଦିବସ ଅବସରରେ ମହିଳାଙ୍କ ସଚ୍ଛତା ପାଇଁ ସଚେତନତା କାର୍ଯ୍ୟରେ ସାମିଲ ହୋଇଛନ୍ତି । ଆଜି ସେ ମହିଳାଙ୍କ ସଚ୍ଛତା ପାଇଁ ଆବଶ୍ୟକ ହେଉଥିବା ସଚେତନତା କାର୍ଯ୍ୟରେ ୟୁନିସେଫ ସହ ଜୋଡି ହୋଇଛନ୍ତି । ଛାତ୍ରୀମାନଙ୍କ ବ୍ୟକ୍ତିଗତ ସ୍ୱଚ୍ଛତା ପାଇଁ ହେଉଥିବା ସଚେତନତା ସୃଙ୍ଖଳରେ ସାମିଳ ହୋଇଥିବା ନେଇ ମାନୁଷୀ ଇନ୍ଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଛନ୍ତି । ମହିଳା ସ୍ୱଚ୍ଛତା ଉତ୍ପାଦ ଯୋଗାଇବା, ସ୍ୱଚ୍ଛତା ବଜାୟ ରଖିବା, ଆବଶ୍ୟକୀୟ ସ୍ୱଚ୍ଛତା ସୁଯୋଗକୁ ନେଇ ଛାତ୍ରୀମାନେ ସଚେତନ ହେବା ଆବଶ୍ୟକ କହିଛନ୍ତି ।
ୟୁନିସେଫ ଦ୍ୱାର।। ଆରମ୍ଭ ହୋଇଥିବା ଏହି ସଚେତନତାକୁ ରେଡ ଡଟ ଚ୍ୟାଲେଞ୍ଜ ଭାବେ ପରିଗଣିତ କରାଯାଉଛି । ଏଥିରେ ସାମିଲ ହୋଇ ମାନୁଷୀ କହିଛନ୍ତି, ପ୍ରତ୍ୟେକ କିଶୋରୀଙ୍କ ସେମାନଙ୍କ ଶରୀର ପ୍ରତି ସଚେତନ ହେବାର ଅଧିକାର ରହିଛି । ବାସ୍ତବ ଓ ଉପଯୁକ୍ତ ତଥ୍ୟ ବିନା ବାଳିକାମାନେ ଏହି ଋତୁ ଚକ୍ର ସମୟରେ ସୁରକ୍ଷିତ ରହିବା ସମ୍ପର୍କରେ ଅବଗତ ହୋଇ ପାରିବେ ନାହିଁ । ତେଣୁ ଏବେ ସମୟ ଆସିଛି, ଏହି ନିରବତାକୁ ଭାଙ୍ଗିବାକୁ ମାନୁଷୀ ଯୁବପୀଢୀଙ୍କୁ ଆହ୍ୱାନ ଦେଇଛନ୍ତି । ଏହି ପୋଷ୍ଟ ସହ ମାନୁଷୀ ତାଙ୍କ ହାତରେ ଏକ ନାଲି ଡଟ ଥିବା ଫଟୋ ସେୟାର କରିଛନ୍ତି ।

Related posts

ହିଞ୍ଜିଳିକାଟୁ ବିଜ୍ଞାନ ମହାବିଦ୍ୟାଳୟରେ ଜାତୀୟ ଆଲୋଚନାଚକ୍ର

mahabharatanews

ସୁପ୍ରିମକୋର୍ଟଙ୍କ ଉପରେ ବିଶ୍ୱାସ ଅଛି: ନିର୍ଭୟାଙ୍କ ମା’

mahabharatanews

ଧାନର ଭଳି ଅନ୍ୟ ଫସଲର ଏମଏସପି ମଧ୍ୟ ବଢ଼ିବା ଦରକାର: ବାନାର୍ଜୀ

mahabharatanews