(ଦିଲ୍ଲୀ) : ରାଜଧାନୀ ଦିଲ୍ଲୀରେ ପୁଣିଥରେ ବୋମା ଧମକ ମିଳିଛି । ଦିଲ୍ଲୀର ଏକାଧିକ ସ୍କୁଲ ପରେ ଏଥର ଡାକ୍ତରଖାନାଗୁଡ଼ିକ ବୋମାରେ ଉଡ଼ାଇ ଦେବାକୁ ପୁଣିଥରେ ଧମକ ମିଳିଛି । ଇମେଲ ଜରିଆରେ ଏହି ଧମକ ଆସିଛି । ସେହି ହସ୍ପିଟାଲ୍ ୪ଟି ହେଉଛି ଦୀପ ଚାନ୍ଦ ବନ୍ଧୁ ହସ୍ପିଟାଲ, ଜିଟିବି ହସ୍ପିଟାଲ, ଦାଦା ଦେବ ହସ୍ପିଟାଲ, ହେଡଗେୟାର ହସ୍ପିଟାଲ । ଇମେଲ ମାଧ୍ୟମରେ ଏହି ବୋମା ଧମକ ମିଳିଥିବା ସୂଚନା ରହିଛି । ଏ ନେଇ ଦିଲ୍ଲୀ ଅଗ୍ନିଶମ ସେବା କହିଛି ଯେ ବର୍ତ୍ତମାନ ସର୍ଚ୍ଚ ଅପରେସନ ଜାରି ରହିଛି ।
ସୂଚନାନୁଯାୟୀ , ଏହି ସମୟରେ ଧମକପୂର୍ଣ୍ଣ ମେଲ କିଏ ଓ କାହିଁକି ପଠାଇଛି ତାହା ଜାଣିବା ପାଇଁ ଦିଲ୍ଲୀ ପୁଲିସ ତଦନ୍ତ ଆରମ୍ଭ କରିଛି । ଜାତୀୟ ରାଜଧାନୀର ଚାରୋଟି ଡାକ୍ତରଖାନାକୁ ପୁଲିସ ଦଳ ପଠାଯାଇଛି । ମାହାଙ୍ଗା ବିଧାନସଭା ଆସନରୁ ନାମାଙ୍କନ ଭରିଲେ ଅଙ୍କିତ ରବିବାର ଦିନ ଦିଲ୍ଲୀର ୧୦ଟି ଡାକ୍ତରଖାନା ଏବଂ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଇମେଲ ମାଧ୍ୟମରେ ବୋମା ଧମକ ମିଳିଥିଲା । ତେବେ ଏହି ଧମକକୁ ଦିଲ୍ଲୀ ପୁଲିସ ଖାରଜ କରିଦେଇଛି ।
