ଓଡିଶା

୧୬ ନମ୍ବର ଜାତୀୟ ରାଜପଥର ଡାହାଣୀଗଡ଼ିଆ ଛକରେ  କଣ୍ଟେନରରେ ନିଆଁ, ୪ ଆହତ

ଭଦ୍ରକ: ଗତକାଲି ବିଳମ୍ବିତ ରାତିରେ ଭଦ୍ରକ ଜିଲ୍ଲା୧୬ ନମ୍ବର ଜାତୀୟ ରାଜପଥର ଡାହାଣୀଗଡ଼ିଆ ଛକ ନିକଟରେ ଏକ କଣ୍ଟେନରରେ ନିଆଁ ଲାଗି ଯାଇଛି। କଣ୍ଟେନରଟି ଏକ ବୋଲେରୋ ସହ ଧକ୍କା ହେବା ପରେ ଏଥିରେ ନିଆଁ ଲାଗି ଯାଇଥିଲା। ଏହି ଦୁର୍ଘଟଣାରେ କଣ୍ଟେନର ଡ୍ରାଇଭରଙ୍କ ସମେତ ବୋଲେରୋର ୩ ଯାତ୍ରୀ ଆହତ ।
କଣ୍ଟେନରଟି ଫ୍ଲିପ୍‌କାର୍ଟର ଜିନିଷ ନେଇ ମୁମ୍ବାଇରୁ କୋଲକାତା ଅଭିମୁଖେ ଯାଉଥିଲା। ଭଦ୍ରକର ଡାହାଣୀଗଡ଼ିଆ ଛକ ନିକଟରେ ଡ୍ରାଇଭର କଣ୍ଟେନର ଉପରୁ ଭାରସାମ୍ୟ ହରାଇ ବସିଥିଲେ । ଫଳରେ ରାସ୍ତାରେ ଠିଆ ହୋଇଥିବା ବୋଲେରୋକୁ କଣ୍ଟେନର ପଛରୁ ଧକ୍କା ଦେଇଥିଲା। ଧକ୍କା ହେବା ପରେ କଣ୍ଟେନରରେ ନିଆଁ ଲାଗି ଯାଇଥିଲା। ଖବରପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା।

SR

 

Related posts

ବଲାଙ୍ଗୀର ପୋଲିସର ମେଗା ରକ୍ତଦାନ ଶିବିର

mahabharatanews

ବଜରଙ୍ଗୱାଲି କମିଟିର ବାର୍ଷିକ ଉତ୍ସବ

mahabharatanews

ଅମୃତ ଦାଶ ମୃତ୍ୟୁ ଘଟଣାର ତଦନ୍ତରେ ତତ୍ପରତା ଆଣିବାକୁ ଦାବି କରିଛନ୍ତି ତାଙ୍କ ମା ଓ ଭାଇ

mahabharatanews