ଓଡିଶା

ସ୍ୟାଣ୍ଡ ଆନିମେସନ ଦ୍ଵାରା Get Well Soonର ବାର୍ତ୍ତା

(ଜୟନ୍ତ କୁମାର ସେଠୀ /ପୁରୀ): କରୋନା କବଜାକୁ ଆସିଛନ୍ତି ବଲିଉଡ ତାରକା । ବଲିଉଡର ବିଗ ବି ବା ଅମିତାଭ ବଚ୍ଚନ ଓ ତାଙ୍କ ପୁଅ ଅଭିଷେକ ବଚ୍ଚନଙ୍କ ରିପୋର୍ଟ କରୋନା ପଜିଟିଭ ଆସିଥିଲା । ଏନେଇ ଖୋଦ ଅଭିତାଭ ଟ୍ୱିଟର ଯୋଗେ ସୂଚନା ଦେଇଥିଲେ । ପରେ ବିଗ ବିଙ୍କ ପତ୍ନୀ ଜୟା ବଚ୍ଚନ, ବୋହୂ ଐଶ୍ୱର୍ୟ୍ୟା ରାୟ ବଚ୍ଚନ ଓ ନାତୁଣୀ ଆରାଧ୍ୟଙ୍କ ନମୁନା ଟେଷ୍ଟ କରିବା ପରେ ପଜିଟିଭ ଆସିଥିଲା । ସୁପରଷ୍ଟାର ଅମିତାଭ ବଚ୍ଚନ ଏବଂ ଅଭିଷେକ ବଚ୍ଚନଙ୍କ ଆରୋଗ୍ୟ କାମନା କରି ସ୍ୟାଣ୍ଡ ଆନିମେସନ ଦ୍ଵାରା ବଲିଉଡର ସୁପରଷ୍ଟାର ଅମିତାଭଙ୍କ ଛବି ନିର୍ମାଣ କରି Get Well Soonର ବାର୍ତ୍ତା ଦେଇଛନ୍ତି ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ । ସେ ତାଙ୍କ ବାଲୁକା କଳାରେ ବଲିଉଡର ମହାନାୟକ ଅମିତାଭ ବଚ୍ଚନ ଏବଂ ଅଭିଷେକ ବଚ୍ଚନଙ୍କୁ ଯୋଦ୍ଧା ରୂପେ ଦର୍ଶାଇ ଯେ କି କରୋନା ଭଳି ମହାମାରୀର ପଞ୍ଜାରୁ ନିଜକୁ ମୁକ୍ତି କରି ପୁଣି ଯଥାଶୀଘ୍ର ଆମ ମାନଙ୍କ ଗହଣରେ ସୁରକ୍ଷିତ ଆସିବା ପାଇଁ Get Well Soonର ବାର୍ତ୍ତା ଦେଇଛନ୍ତି ।

Related posts

ରାଜ୍ୟ ସରକାରଙ୍କ ଦୀପାବଳି ଭେଟି: ତୈଳଦର ଉପରୁ ୩ ଟଙ୍କା ଭାଟ ହ୍ରାସ

mahabharatanews

କାଉରିଆଙ୍କ ପାଇଁ ଖୁସି ଖବର, ଆଜି ଖୋଲିବ ଧବଳେଶ୍ୱର ସ୍ଥାୟୀ ପୋଲ

mahabharatanews

ଆମ୍ବୁଲାନ୍ସ ଷ୍ଟାଫ୍‌ଙ୍କ ପାଇଁ ପ୍ରୋତ୍ସାହନ ଘୋଷଣା 

mahabharatanews