Uncategorized

ଇତିହାସ ରଚିଲେ ୪ ଭାରତୀୟ ମହିଳା ପାଇଲଟ

ନୂଆଦିଲ୍ଲୀ: ୪ ଭାରତୀୟ ମହିଳା ପାଇଲଟ ରଚିଲେ ଇତିହାସ । ଏୟାର ଇଣ୍ଡିଆର ୪ ମହିଳା ପାଇଲଟ। ବିଶ୍ବର ସବୁଠାରୁ ଲମ୍ବା ଉଡାଣ ଭରି ରଚିଛନ୍ତି ଇତିହାସ । ୧୬ ହଜାର କିଲୋମିଟରର ଦୀର୍ଘତମ ଉଡ଼ାଣ ଭରିବା ପରେ ଏହି ପ।।ଇଲଟମାନେ ବେଙ୍ଗଳୁରୁର କାମ୍ପେଗୌଡ଼ା ବିମାନବନ୍ଦରରେ ଅବତରଣ କରିଛନ୍ତି। ବିମାନ ବନ୍ଦରରେ ପହଞ୍ଚିବା ପରେ ଏମାନଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଯାଇଛି । ଏହାସହ ଏୟାର ଇଣ୍ଡିଆର ଏହି ୪ ମହିଳା ପାଇଲଟ୍ ସାନ ସାନଫ୍ରାନ୍ସିସ୍‌ସ୍କୋରୁ ବେଙ୍ଗଳୁରୁ ମଧ୍ୟରେ ସିଧାସଳଖ ବିମାନ ଚଳାଇ ବିଶ୍ୱ ଆଗରେ ନିଜ ବଳିଷ୍ଠତା ପ୍ରତିପାଦନ କରିଛନ୍ତି ।
କ୍ୟାପଟେନ୍ ଜୋୟା ଅଗ୍ରଓ୍ୱାଲ କହିଛନ୍ତି ଏହା ସମସ୍ତଙ୍କ ପାଇଁ ଉତ୍ସାହଜନକ ଅନୁଭୂତି । କ୍ୟାପ୍ଟେନ୍‌ ଜୋୟା ଅଗ୍ରୱାଲ ଏହି ଉଡାଣର ନେତୃତ୍ବ ନେଇଥିଲେ। ଏହି ଦୀର୍ଘତମ ଯାତ୍ରା ପୂରଣ କରିବା ପାଇଁ ଏମାନଙ୍କୁ ୧୭ ଘଣ୍ଟା ସମୟ ଲାଗିଥିଲା।

 

Related posts

ରାଜନେତାଙ୍କୁ ସ୍ଥଳସେନା ମୁଖ୍ୟଙ୍କ କଟାକ୍ଷ

mahabharatanews

ପୁଲିସ ଗୁଳିରେ ୮ ଲକ୍ଷ ଟଙ୍କା ପୁରସ୍କାର ଥିବା ନକ୍ସଲର ମୃତ୍ୟୁ

mahabharatanews

 ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦିଲ୍ଲୀରେ ୧୩୫୪ ଫ୍ଲାଟ ବଣ୍ଟନ ଆରମ୍ଭ

mahabharatanews