ଭାରତ

ସେନା ଗୁଳିରେ ୪ ଆତଙ୍କବାଦୀ ନିହତ 

(ଜାମ୍ମୁ କଶ୍ମୀର) : ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଆତଙ୍କବାଦୀଙ୍କ ଆକ୍ରୋଶ  ଜାମ୍ମୁ କଶ୍ମୀରର ପୁଞ୍ଚ ଜିଲ୍ଲା‌ର ସିନ୍ଧରା ଅଞ୍ଚଳରେ ଏକ  ମିଳିତ ଅପରେସନରେ ସୁରକ୍ଷା ବଳ ଦ୍ବାରା ୪ ଜଣ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦୀଙ୍କୁ ନିହତ କରାଯାଇଛି।

ସୂଚନାନୁଯାୟୀ , ସକାଳେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ପୁଣିଥରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା। ଏହି ଗୁଳି ବିନିୟମ‌ୟରେ ୪ ଆତଙ୍କବାଦୀଙ୍କ ଜୀବନ ଯାଇଛି। ଏ ନେଇ ଭାରତୀୟ ସେନା ପକ୍ଷରୁ କୁହାଯାଇଛଇ କି ଘଟଣାସ୍ଥଳରୁ ଚାରିଟି ଏକେ-୪୭ ରାଇଫଲ୍‌, ଦୁଇଟି ପିସ୍ତଲ୍‌ ଜବତ ହୋଇଛି। ଏହି ଅପରେସନରେ ନିହତ ହୋଇଥିବା ଆତଙ୍କବାଦୀମାନଙ୍କର ପରିଚୟ ଜଣାପଡୁଛି ବୋଲି ଭାରତୀୟ ସେନା ଅଧିକାରୀ କହିଛନ୍ତି।ସୁରକ୍ଷା ବାହିନୀ ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି।

 

Related posts

ପ୍ରଥମ କକ୍ଷ ପରିବର୍ତ୍ତନ କଲା ଆଦିତ୍ୟ L

mahabharatanews

ଆଜି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ନୀତି ଆୟୋଗ ବୈଠକ

mahabharatanews

mahabharatanews