ଓଡିଶା

ଚିପ୍ସ ପ୍ୟାକେଟରେ ଥିବା ପ୍ଲାଷ୍ଟିକ ଖେଳନା ଗିଳି ୪ ବର୍ଷର ଶିଶୁ ପୁତ୍ର ମୃତ

ପ୍ଲାଷ୍ଟିକ ଖେଳନା ନେଲା ଶିଶୁର ଜୀବନ । ଚିପ୍ସ ପ୍ୟାକେଟରେ ଥିବା ପ୍ଲାଷ୍ଟିକ ଖେଳନା ଗିଳି ୪ ବର୍ଷର ଶିଶୁ ପୁତ୍ର ମୃତ । ଏପରି ଘଟଣା ଘଟିଛି କନ୍ଧମାଳ ଜିଲ୍ଲାରେ । ପିଲାଟି ବାପା ମା’ଙ୍କ ସହ ମକା କ୍ଷେତକୁ ଯାଇଥିବାବେଳେ ପିଲାଟି ହାତରେ ବାପା ମା’ ଏକ ଚିପ୍ସ ପ୍ୟାକେଟ ଧରାଇ ଦେଇ କ୍ଷେତ ରେ କାମ କରୁଥିଲେ । ଚିପ୍ସ ଖାଉଥିବାବେଳେ ଶିଶୁଟି ପ୍ୟାକେଟ ଭିତରେ ଥିବା ଏକ ଖେଳନା ବନ୍ଧୁକକୁ ଗିଳି ଦେଇଥିଲା । ଗୁରୁତର ଅବସ୍ଥାରେ ଶିଶୁକୁ ଦାରିଙ୍ଗବାଡ଼ି ମେଡ଼ିକାଲରେ ଭର୍ତ୍ତି କରିଥିଲେ ପରିବାର ଲୋକ । ସେଠାରେ ଶିଶୁପୁତ୍ରକୁ ମୃତ ଘୋଷଣା କରିଥିଲେ ଡାକ୍ତର । ଏହାକୁ ନେଇ ସାରା ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

EcoWaste Coalition Slams Illegal Sale of Misbranded and Hazardous Toys in  the Market (Health and Safety Advocacy Group Urges Government to Crack Down  on Dangerous Toys)

Related posts

ମକର ସଂକ୍ରାନ୍ତି ଉପଲକ୍ଷେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

mahabharatanews

ସଜେଇ ହେଉଛି ଲିଙ୍ଗରାଜ ପୀଠ 

mahabharatanews

ରାଜ୍ୟ ସ୍ତରୀୟ କବାଡି ଚମ୍ପିୟନସିପରେ କଟକ ଚମ୍ପିୟନ

mahabharatanews