Uncategorized

ଦେଶରେ ଗୋଟିଏ ଦିନରେ ୪୦୭ ମୃତ୍ୟୁ

ନୂଆଦିଲ୍ଲୀ: ଦେଶରେ ହୁ ହୁ ହୋଇ ବଢିଚାଲିଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୧୭ ହଜାର ୨୯୬ ନୂଆ ଆକ୍ରାନ୍ତ ଚିହ୍ନଟ ସରକାରର ଚିନ୍ତା ବଢାଇ ଦେଇଛି । ନୂତନ ସଂକ୍ରମିତଙ୍କୁ ମିଶାଇ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪ଲକ୍ଷ ୯୦ ହଜାର ୪୦୧ରେ ପହଂଚିଛି। ସେହିପରି ଗୋଟିଏ ଦିନରେ ଦେଶରେ ୪୦୭ ଜଣ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ଯାହା ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟାକୁ ୧୫ ହଜାର ୩୦୧ ରେ ପହଞ୍ଚାଇ ଦେଇଛି ।
କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ମୋଟ ୧ ଲକ୍ଷ ୮୯ ହଜାର ୪୬୩ ଜଣ ସକ୍ରିୟ ସଂକ୍ରମିତଙ୍କ ଦେଶବ୍ୟାପୀ ବିଭିନ୍ନ ହସ୍ପିଟାଲରେ ଚିକିତ୍ସା ଚାଲିଥିବା ବେଳେ ୨ ଲକ୍ଷ ୮୫ ହଜାର ୬୩୭ ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟ ପକ୍ଷରେ ଭାରତୀୟ ଭେଷଜ ଗବେଷଣା ପରିଷଦ, ଆଇସିଏମଆର ପ୍ରଦତ୍ତ ସୂଚନା ଅନୁଯାୟୀ ଏ ପର୍ୟ୍ୟନ୍ତ ଦେଶରେ ୭୭ ଲକ୍ଷ ୭୬ ହଜାର ୨୨୮ଟି ନମୁନା ପରୀକ୍ଷା କରାଯାଇଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୨ ଲକ୍ଷ ୧୫ ହଜାର ୪୪୬ଟି ନମୁନା ପରୀକ୍ଷା ହୋଇଛି ।
ମହାରାଷ୍ଟ୍ରରେ ୬୯୩୧ ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିବା ବେଳେ ଦିଲ୍ଲୀରେ ୨୪୨୯ ଜଣ, ଗୁଜରାଟରେ ୧୭୫୩ ଜଣ, ତାମିଲନାଡୁରେ ୯୧୧ ଜଣ, ଉତ୍ତରପ୍ରଦେଶରେ ୬୧୧ ଜଣ, ପଶ୍ଚମବଙ୍ଗରେ ୬୦୬ ଜଣ, ମଧ୍ୟପ୍ରଦେଶରେ ୫୪୨ ଜଣ, ଆନ୍ଧ୍ରପ୍ରଦେଶରେ ୧୩୬ ଜଣ, ଅରୁଣାଚଳ ପ୍ରଦେଶରେ ୧ଜଣ, ଆସାମରେ ୯ ଜଣ, ବିହାରରେ ୫୭ ଜଣ, ଚଣ୍ଡିଗଡ଼ରେ ୬ ଜଣ, ଛତିଶଗଡ଼ରେ ୧୨ ଜଣ, ଗୋଆରେ ୨ ଜଣ, ହରିୟାଣାରେ ୧୯୮ ଜଣ, ହିମାଚଳ ପ୍ରଦେଶରେ ୯ ଜଣ, ଜମ୍ମୁ ଓ କଶ୍ମୀରରେ ୯୦ ଜଣ, ଝାଡ଼ଖଣ୍ଡରେ ୧୨ ଜଣ, କର୍ଣ୍ଣାଟକରେ ୧୭୦ ଜଣ, କେରଳରେ ୨୨ ଜଣ, ଲଦାଖରେ ୧ ଜଣ, ମେଘାଳୟରେ ୧ ଜଣ, ଓଡ଼ିଶାରେ ୧୭ ଜଣ, ପୁଦ୍ଦୁଚେରୀରେ ୯ ଜଣ, ପଞ୍ଜାବରେ ୧୨୦ ଜଣ, ରାଜସ୍ଥାନରେ ୩୭୯ ଜଣ, ତେଲେଙ୍ଗାନାରେ ୨୩୦ ଜଣ, ତ୍ରିପୁରାରେ ୧ ଜଣ, ଉତ୍ତରାଖଣ୍ଡରେ ୩୬ ଜଣ, ।

Related posts

ସାମ୍ନାକୁ ଆସିଲେ କିମ ଜୋଙ୍ଗ: ଏକ କମ୍ପାନୀର ଉଦ୍ଘାଟନୀ ଉତ୍ସବରେ ସାମିଲ

mahabharatanews

କଂଗ୍ରେସରୁ ନିଲମ୍ବିତ ହେଲେ ସୁରଙ୍କ ପୁଅ ମନ୍ମଥ 

mahabharatanews

ଚୀନ ମୋବାଇଲ ଆପ କମ୍ପାନିକୁ କେନ୍ଦ୍ରର ଜବାବ ତଲବ

mahabharatanews