ଅପରାଧ

ଚାକିରି ଦେବା ନାଁରେ ଠକେଇ; ଶିକ୍ଷୟିତ୍ରୀ ଗିରଫ

କେନ୍ଦୁଝର: ଠକେଇ ଅଭିଯୋଗରେ ଶିକ୍ଷୟିତ୍ରୀ ଗିରଫ। ଚାକିରି ଦେବା ନାଁରେ ଜଣେ ଶିକ୍ଷୟିତ୍ରୀଙ୍କ ନାଁରେ ଠକେଇ ଅଭିଯୋଗ ହୋଇଛି। ଆନନ୍ଦପୁରରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।  ଶିକ୍ଷୟିତ୍ରୀ ଜଣକ ଜଣେ ଯୁବତୀଙ୍କ ଠାରୁ ୫ ଲକ୍ଷରୁ ଅଧିକ ଟଙ୍କା ଠକି ନେଇଥିବା ସୂଚନା ମିଳିଛି।

ଶିକ୍ଷୟିତ୍ରୀ ଅନୁସୟା ବାରିକଙ୍କୁ ଘଷିପୁରା ପୁଲିସ୍ ଗିରଫ କରିଥିବାବେଳେ ତାଙ୍କ ସ୍ଵାମୀ ଫେରାର ରହିଛନ୍ତି। ଅନୁସୟା ଆନନ୍ଦପୁରର ଏକ ଆଶ୍ରମ ସ୍କୁଲର ଶିକ୍ଷୟିତ୍ରୀ ଥିବା ଜଣାପଡିଛି। ପୁଲିସ୍ ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି।

Related posts

କାଜୁ ବଗିଚାରୁ ଅଚିହ୍ନା ଯୁବକଙ୍କ ଝୁଲନ୍ତା ଶବ ଉଦ୍ଧାର

mahabharatanews

ମହିଳାଙ୍କୁ ମରଣାନ୍ତକ ଆକ୍ରମଣ: ୨ ଅଟକ

mahabharatanews

ଭିଜିଲାନ୍ସ ଜାଲରେ ମହିଳା ସରପଞ୍ଚ

mahabharatanews