ହନୁମାନ ପଇସା ପାଇଁ ଡକାୟତି ଉଦ୍ୟମ ପଣ୍ଡ କଲା ବାଲିଗୁଡା ପୋଲିସ
ବନବାସୀ ପ୍ରଧାନ/ କନ୍ଧମାଳ : ବାଲିଗୁଡା ପୋଲିସକୁ ବଡ ସଫଳତା । ଡକାୟତ ଯୋଜନା ବେଳେ ଭଣ୍ଡୁର କଲା ବାଲିଗୁଡା ପୋଲିସ । ହନୁମାନ ପଇସା ଲୋଭରେ ଏକ ଡକାୟତି ଉଦ୍ୟ କରାଯାଉଥିବା ବେଳେ ପୁଲିସ ଏହାର ମାଷ୍ଟର ମାଇଣ୍ଡ ସମେତ ୨ ସହଯୋଗୀଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି ।
ସୂଚନା ମୁତାବକ, ବାଲିଗୁଡା ଅନ୍ତର୍ଗତ ମହାସିଙ୍ଗ କମୁନ୍ୟୁଟି ହଲ ନିକଟରେ ହନୁମାନ ପଇସା କାରବାର ସୂଚନା ପାଇ ବାଲିଗୁଡା ଡିଏସପି ଓ ଆଇଆଇସି ଘଟଣାସ୍ଥଳରେ ପହଞ୍ଚି ମାଷ୍ଟର ମାଇଣ୍ଡ ଓ ଦୁଇ ସହଯୋଗୀକୁ ଧରିବାରେ ସଫଳ ହୋଇଛନ୍ତି । ସେମାନଙ୍କ ନିକଟରୁ ୮୦ହଜାର ଟଙ୍କା,କାଠଫାଳିଆ ଜବତ କରାଯାଇଥିବା ଜଣାପଡିଛି । ମାଷ୍ଟର ମାଇଣ୍ଡ ପଦ୍ମଚରଣ ନାୟକ ଓ ଦୁଇ ସହଯୋଗୀକୁ କେଶ ନମ୍ବର ୧୨୬/୨୦୨୦ ରେ ଏକ ମାମଲା ରୁଜ ହୋଇଥିବା ପୋଲିସ କହିଛି । ଏହି ଚଢାଉରେ ବାଲିଗୁଡା ଡିଏସପି ମନୋଜ ପୂଜାରୀ, ଆଇଆଇସି ପ୍ରଶାନ୍ତ ବେହେରାଙ୍କ ସମେତ ବହୁ ପୁଲିସ କର୍ମଚାରୀ ଚଢାଉରେ ସାମିଲ ହୋଇଥିଲେ । ଅଭିଯୁକ୍ତମାନଙ୍କ ଘର ଫିରିଙ୍ଗିଆ ପୁଟୁକିପଡା ବୋଲି ପୋଲିସ କହିଛି ।
previous post
next post