Uncategorized

ହାପିନେସ କ୍ଲାସରେ ଯୋଗ ଦେବେନି କେଜ୍ରିୱାଲ, ସିସୋଦିଆ

(ନୂଆଦିଲ୍ଲୀ): ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ତାଙ୍କ ସ୍ତ୍ରୀ ମେଲାନିଆ ଟ୍ରମ୍ପ ୨ ଦିନିଆ ଭାରତ ଗସ୍ତରେ ଆସନ୍ତା ୨୫ ତାରିଖରେ ଆସୁଛନ୍ତି । ଏହି ସମୟରେ ଦିଲ୍ଲୀର ଏକ ସରକାରୀ ସ୍କୁଲରେ ଆୟୋଜିତ ‘ହାପିନେସ୍ କ୍ଲାସ’ରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହି କାର୍ଯ୍ୟକ୍ରମରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ଯୋଗ ଦେବାର ଯୋଜନା ଥିଲା । କିନ୍ତୁ ସେମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ ନାହିଁ ବୋଲି ଜଣାପଡିଛି । ତେବେ କେନ୍ଦ୍ର ଜାଣିଶୁଣି ଏମାନଙ୍କୁ କାର୍ଯ୍ୟକ୍ରମରେ ସାମିଲ ନ କରିବାକୁ ଯୋଜନା କରିଥିବା ଆମ୍ ଆଦମୀ ପାର୍ଟି (ଆପ୍) ଅଭିଯୋଗ କରିଛି । ଆସନ୍ତା ୨୫ ତାରିଖରେ ମେଲାନିଆ ଦିଲ୍ଲୀରେ ପହଞ୍ଚିବା ପରେ ମୋତିବାଗ୍ ସ୍ଥିତ ଏକ ସରକାରୀ ସ୍କୁଲ ଯାଇ କାର୍ଯ୍ୟକ୍ରମରେ ଯୋଗ ଦେବେ । ଏଥିପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥାର ଆୟୋଜନ ହୋଇଛି । ସୂଚନାଯୋଗ୍ୟ, ୨୦୧୮ ମସିହାରେ ପ୍ରଥମେ ଆମ୍ ଆଦମୀ ପାର୍ଟି ପକ୍ଷରୁ ଏହି ହାପିନେସ କ୍ଲାସ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କୁ ଯୋଗ, ପଥପ୍ରାନ୍ତ ନାଟକ ଏବଂ ମାନସିକ ଚାପରୁ ଦୂରେଇ ରହିବା ପାଇଁ ଶିକ୍ଷା ଦିଆଯାଇଥାଏ ।

Related posts

ଆସାମ ବିରୋଧକାରୀଙ୍କ ଟ୍ରେନରେ ନିଆଁ ଲଗାଇବା ଉଦ୍ୟମ ସେନା ଦ୍ୱାରା ପଣ୍ଡ

mahabharatanews

ଲଛମନପଲ୍ଲୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୋଷାକ, ଜୋତା ବିତରଣ ଉତ୍ସବ

mahabharatanews

ମୁମ୍ବାଇ ଆକ୍ରମଣର ଅନ୍ୟତମ ମାଷ୍ଟରକୁ ଜେଲରୁ ମୁକ୍ତ କରିବାକୁ ୧୫ ଲକ୍ଷ ଡଲାର ବଣ୍ଡ ପ୍ରସ୍ତାବ

mahabharatanews