ଓଡିଶା

ବାଣ ଜବତ ବେଳେ ୪୫ ଲକ୍ଷ ଜବତ

ଆସିକା /କମଳିନୀ ହୋତା :ଆସିକା ଥାନା ଅନ୍ତର୍ଗତ ନଳବଣ୍ଟା ଗ୍ରାମରେ ବାଣ ତିଆରି ହେଉଥିବା ଖବର ପାଇ ଆସିକା ପୋଲିସ ର ଏକ ସ୍ୱତନ୍ତ୍ର ଟିମ ନଳବଣ୍ଟା ର ବିଭିନ୍ନ ସାହିରେ ଚଢ଼ାଉ କରିଥିଲା. ଚଢ଼ାଉ ବେଳେ ବିଭିନ୍ନ ସାହିରୁ ୪୫ ଲକ୍ଷ ଟଙ୍କାର ବାଣ,ଗୋଟିଏ OR-02AD-2418 ନମ୍ବର ବିଶିଷ୍ଟ ପିକଅପ ଭ୍ୟାନଓ ବିଭିନ୍ନ ବାଣ ତିଆରି ସାମଗ୍ରୀ ଜବତ କରିବା ସହ କଟକ ତିଗିରିଆ ଅଞ୍ଚଳର ହୃଦାନନ୍ଦ ନାୟକ କୁ ଗିରଫ କରିଥିବା ବେଳେ ଅନ୍ୟ ୧୦ଜଣ ଫେରାର ହୋଇଯାଇଛନ୍ତି । ଏହି ଚଢ଼ାଉରେ ଆସିକା ତହସିଲଦାର ସଞ୍ଜୟ ସାମନ୍ତରା,ଆସିକା ଉପଖଣ୍ଡ ପୋଲିସ ଅଧିକାରୀ ଉମାଶଙ୍କର ସିଂ, ଆସିକା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ, ସବ ଇନ୍ସପେକ୍ଟର ଶ୍ରଦ୍ଧାଞ୍ଜଳି ସେନାପତି, ବିଶ୍ୱଜିତ ନାୟକ,କାଳୁଚରଣ ସ୍ୱାଇଁ,ପାର୍ଥ ପ୍ରତିମ ଦେବତାଙ୍କ ସହ ବହୁ ପୋଲିସ କର୍ମୀ ସାମିଲ ଥିଲେ ।

Related posts

ଶାଳିଆ ପ୍ରେସ କ୍ଲବର ବାର୍ଷିକ ଆଲୋଚନା ଚକ୍ର

mahabharatanews

ଡଟ୍ ଫେଷ୍ଟ ଅଷ୍ଟମ ସଂଧ୍ୟାରେ ସ୍ୱତନ୍ତ୍ର ମଜ୍ଜା ନେଲେ ଭିକାରୀ , ଆଶ୍ରୟସ୍ଥଳୀ ଅନ୍ତେବାସୀ ଏବଂ କିନ୍ନର ଭୁବନେଶ୍ୱର;

mahabharatanews

ସୃଷ୍ଟି ହେଉଛି ଏକ ଲଘୁଚାପ 

mahabharatanews