Uncategorized

ରାଜସ୍ଥାନରେ ୩ ଦିନରେ ତାପମାତ୍ରା ୪୮ ଡିଗ୍ରୀ ଛୁଇଁବ: ଆଇଏମଡି

ଜୟପୁର: ଏବେ ରାଜସ୍ଥାନର ଚୁରୁ ଅଞ୍ଚଳରେ ତାପମାତ୍ରା ବୃଦ୍ଧି ପାଇ ୪୬ ଡିଗ୍ରୀ ସେଲସିୟସରେ ପହଞ୍ଚିଛି । ଏହି ତାପମାତ୍ରା ବୃଦ୍ଧି ଆଗକୁ ଜାରି ରହିବ । ଚଳିତ ବର୍ଷ ଏହା ୪୮ଡିଗ୍ରୀ ଟପିବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ସୂଚନା ଦେଇଛି ।
ଚତୁର୍ଥ ଲକଡାଉନ ମଧ୍ୟରେ ଦେଶବ୍ୟାପୀ କଟକଣାରେ କୋହଳ କରାଯାଇଛି । ତେଣୁ ଲୋକଙ୍କ ଭିଡ ସାଧାରଣତଃ ବଜାରରେ ଦେଖିବାକୁ ମିଳିଥାନ୍ତା । କିନ୍ତୁ ଗ୍ରୀଷ୍ମ ପ୍ରବାହ ପାଇଁ ରାସ୍ତାଘାଟ ସବୁଆଡ ଶୂନଶାନ ରହିଛି । ଏପରି କି ଅପରାହ୍ନରେ ମଧ୍ୟ ଲୋକେ ବାହାରିବାକୁ ଚାହୁଁନାହାନ୍ତି । ଯେଉଁମାନେ ବାହାରକୁ ବାଧ୍ୟବାଧ୍ୟକତାରେ ବାହାରୁଛନ୍ତି ସେମାନେ ମୁଣ୍ଡରେ ଟୋପି, ହାତରେ ଗ୍ଲୋଭସ୍ ପରିଧାନ କରିଥିବା ଦେଖିବାକୁ ମିଳୁଛି । ବିକାନେରରେ ୪୬ ଡିଗ୍ରୀ ସେଲସିୟସ ରହିଛି । ଏହା ବ୍ୟତୀତ ଆଇଏମଡି ପୂର୍ବାନୁମାନ କରୁଛି କି, ଆସନ୍ତା ୩ ଦିନ ଧରି ରାଜସ୍ଥାନର ଦକ୍ଷିଣ ଓ ପୂର୍ବ ଭାଗରେ ଗ୍ରୀଷ୍ମପ୍ରବାହ ଜାରି ରହିବ । ଏହା ୩ ଦିନରେ ୪୮ ଡିଗ୍ରୀ ସେଲସିୟସ ଛୁଇଁବ ବୋଲି ମଧ୍ୟ ପାଣିପାଗ ବିଭାଗ ସୂଚନା ଦେଇଛି ।

Related posts

କରୋନାର ଉତ୍ପତ୍ତିସ୍ଥଳରୁ ନଅଟକାଇବାରୁ ୧୮୪ ଦେଶକୁ ବ୍ୟାପିଲା

mahabharatanews

ସିଏଏକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ଗଲା କେରଳ

mahabharatanews

ପୁଣି ଦିଲ୍ଲୀରେ ଭୂକମ୍ପ: ତିବ୍ରତା ୨.୧

mahabharatanews