Uncategorized

ଅନ୍ୟକୁ ଦୋଷ ଦେବା କୋଭିଡ ସମସ୍ୟାର ସମାଧାନ ନୁହେଁ: ଚୀନ

ବେଜିଂ: କରୋନା ସଂକ୍ରମଣ ପାଇଁ ଚୀନକୁ ଦାୟୀ କରୁଥିବା ଦେଶମାନଙ୍କ ଉଦ୍ଦେଶ୍ୟରେ ଆଜି ଚୀନର ବିଦେଶ ମନ୍ତ୍ରୀ ୱାଙ୍ଗ ୟି କହିଛନ୍ତି, ଅହଂକାର ଓ ଦୋଷ ଲଦାଲଦି ଦ୍ୱାରା ଏହି ସମସ୍ୟା ସାମଧାନ କ୍ଷେତ୍ରରେ କୌଣସି ଦେଶକୁ ଲାଭ ମିଳିବ ନାହିଁ । ଏହା କେବଳ ଅନ୍ୟ ରାଷ୍ଟ୍ରର ଆଇନଗତ ଅଧିକାର ଓ ଇଛାଶକ୍ତିକୁ ଆଘାତ ଦେବ । ଏହା ବର୍ତ୍ତମାନ ବୈଶ୍ୱିକ ସମସ୍ୟା ହେ।।ଇ ଠିଆ ହୋଇଛି । ଅନ୍ୟ ଆଡକୁ ଅଙ୍ଗୁଳି ନିର୍ଦ୍ଦେଶ କରିବା ଦ୍ୱାରା ଏହା ଜଣଙ୍କର ବଦନାମ ହେବ । ଅନ୍ୟ ଦେଶକୁ ଏହି ସମସ୍ୟାର ସମାଧାନ ପାଇଁ ସାହାଯ୍ୟ ପରିବର୍ତ୍ତେ ଅହଂକାର ପ୍ରଦର୍ଶନ ଓ ଅନ୍ୟ ଉପରେ ଦୋଷ ଲଦିବା ଦ୍ୱାରା ଏହା ସେହି ଦେଶର ଆଇନଗତ ଅଧିକାର କ୍ଷୁନ୍ନ କରିବ । ସାମୁହିକ ପଦକ୍ଷେପ ହିଁ ସମଗ୍ର ବିଶ୍ୱକୁ ଏତକ୍ର କରିପାରିବ ଓ ଏକତାହିଁ ଆମକୁ ବର୍ତ୍ତମାନର ସମସ୍ୟାରୁ ବାହାର କରି ପାରିବ ବୋଲି ୱାଙ୍ଗ କହିଛନ୍ତି । ସେ ଆହୁରି କହିଛନ୍ତି, ବୈଶ୍ୱିକ ଶାସନ ବ୍ୟବସ୍ଥାରେ ନବିକରଣର ଆବଶ୍ୟକତା ରହିଛି ଓ ଯେଉଁଠାରେ କିଛି ଭୁଲ ରହିଯାଉଛି, ସେଥିରେ ସଂଶୋଧନର ଆବଶ୍ୟକତା ରହିଛି ।

Related posts

ବିହାର: ମୁଖ୍ୟମନ୍ତ୍ରୀ ଆଶାୟୀ ଜେଡିୟୁ ନେତାଙ୍କ ଲଣ୍ଡନ ଫେରନ୍ତା ଝିଅ

mahabharatanews

ଆଜି ୨୪ ଘଣ୍ଟାରେ ୮୬, ୪୩୨ କରୋନା ଆକ୍ରାନ୍ତ ଚିହ୍ନଟ,୧୦୮୯ ମୃତ

mahabharatanews

ତାଲିବାନ ଭାରତ ସହ ବ୍ୟବସାୟିକ ଓ ଆର୍ଥନୀତିକ ସମ୍ପର୍କ ପ୍ରତିଷ୍ଠା କରିବାକୁ ଚାହୁଁଛି

mahabharatanews