ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗର ଆଜି ସକାଳ ତଥ୍ୟ ଅନୁଯାୟୀ, ସମଗ୍ର ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୬୫ ରହିଥିବା ବେଳେ ଆଉ ୧୫୯୬୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୫୬୧୧୮୩ ହେବା ସହ ୨୫୮୬୮୪ ଜଣ ସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି। ୧୪୪୭୬ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ସମ୍ପ୍ରତି ୧୮୩୦୨୨ ସକ୍ରିୟ ଆକ୍ରାନ୍ତ ରହିଛି।
ମହାରାଷ୍ଟ୍ରରେ ୬୫୩୧ ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିବା ବେଳେ ଦିଲ୍ଲୀରେ ୨୩୦୧ ଜଣ, ଗୁଜରାଟରେ ୧୭୧୦ ଜଣ, ତାମିଲନାଡୁରେ ୮୩୩ ଜଣ, ଉତ୍ତରପ୍ରଦେଶରେ ୫୮୮ ଜଣ, ପଶ୍ଚମବଙ୍ଗରେ ୫୮୦ ଜଣ, ମଧ୍ୟପ୍ରଦେଶରେ ୫୨୫ ଜଣ, ରାଜସ୍ଥାନରେ ୩୬୫ ଜଣ, ତେଲେଙ୍ଗାନାରେ ୨୨୦ ଜଣ, ହରିୟାଣାରେ ୧୭୮ ଜଣ, କର୍ଣ୍ଣାଟକରେ ୧୫୦ ଜଣ, ଆନ୍ଧ୍ରପ୍ରଦେଶରେ ୧୧୯ ଜଣ, ପଞ୍ଜାବରେ ୧୦୫ ଜଣ, ଜମ୍ମୁ ଓ କଶ୍ମୀରରେ ୮୭ ଜଣ, ବିହାରରେ ୫୬ ଜଣ, ଉତ୍ତରାଖଣ୍ଡରେ ୩୦ ଜଣ, କେରଳରେ ୨୨ ଜଣ, ଓଡ଼ିଶାରେ ୧୭ ଜଣ, ଛତିଶଗଡ଼ରେ ୧୨ ଜଣ, ଝାଡ଼ଖଣ୍ଡରେ ୧୧ ଜଣ, ଆସାମରେ ୯ ଜଣ, ହିମାଚଳ ପ୍ରଦେଶରେ ୮ ଜଣ, ୧ ଜଣ, ପୁଦ୍ଦୁଚେରୀରେ ୯ ଜଣ, ଚଣ୍ଡିଗଡ଼ରେ ୬, ତ୍ରିପୁରା, ମେଘାଳୟ, ଗୋଆ , ଲଦାଖରେ ୧ ଜଣ ଲେଖା ମୃତ୍ୟୁବରଣ କରିଛନ୍ତି ।
previous post