ଓଡିଶା

ରାଜ୍ୟରେ ପୁଣି ୪୯୫ ବଢିଲା କରୋନା ସଂକ୍ରମିତ

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୪୯୫ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୩୫୫ ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ଏବଂ ୧୪୦ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଆଜିର ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୮୧୦୬ରେ ପହଞ୍ଚିଛି ବୋଲି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି।
୪୯୫ ସଂକ୍ରମିତଙ୍କ ମଧ୍ୟରୁ ଗଞ୍ଜାମ ଜିଲାରୁ ସର୍ବାଧିକ ୨୧୬ ଜଣ, ଖୋର୍ଦ୍ଧାରୁ ୫୦, ସୁନ୍ଦରଗଡରୁ ୩୬, ମୟୁରଭଞ୍ଜରୁ ୨୮, ଅନୁଗୋଳରୁ ୨୪, ପୁରୀରୁ ୧୮ , କଟକ ଓ ବାଲେଶ୍ବରରୁ ୧୩ ଲେଖା, ଜଗତସିଂହପୁର ଓ ଭଦ୍ରକରୁ ୧୨ ଜଣ ଲେଖା, ନବରଙ୍ଗପୁର ଓ କେନ୍ଦ୍ରାପଡାରୁ ୧୧ , ଝାରସୁଗୁଡା ଓ କନ୍ଧମାଳରୁ ୮, ଗଜପତିରୁ ୭, ସମ୍ବଲପୁରରୁ ୬, କୋରାପୁଟ,କେନ୍ଦୁଝର ଓ ମାଲକାନଗିରିରୁ ୫, , ସୋନପୁରରୁ ୨ ଏବଂ ନୟାଗଡ, ଯାଜପୁର, ଢେଙ୍କାନାଳରୁ ଜଣେ ଜଣେ ରହିଛନ୍ତି ।
ଏପର୍ଯ୍ୟନ୍ତ ରାଜ୍ୟରେ ୨ ଲକ୍ଷ ୮୭ ହଜାର ୯୦ ଟି ନମୂନା ପରୀକ୍ଷଣ କରାଯାଇଛି। ସେଥି ମଧ୍ୟରୁ ୮୧୦୬ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୫୭୦୫ ଜଣ ସୁସ୍ଥ ହୋଇଥିବା ‌ବେଳେ ୩୪ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି ଏବଂ ୮ ଜଣ ଆକ୍ରାନ୍ତଙ୍କ ଅନ୍ୟ ରୋଗ କାରଣରୁ ମୃତ୍ୟୁ ହୋଇଛି। ସେହିପରି ବର୍ତ୍ତମାନ ରାଜ୍ୟର ୨୮୫୩ ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

Related posts

ଆହୁରି ବଢିବ ତାତି ,ଅସ୍ତବ୍ୟସ୍ତ ଜନଜୀବନ 

mahabharatanews

୮ ବର୍ଷ ପରେ ଖୋଲିଲା ବାଇଶିପାହାଚ ଆନନ୍ଦବଜାର ଦ୍ବାର

mahabharatanews

ଜାତୀୟ ସମ୍ବିଧାନ ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି

mahabharatanews