Uncategorized

ରମଜାନର ଶେଷ ୫ ଦିନ ୨୪ ଘଣ୍ଟିଆ କଫ୍ୟୁ ଜାରିକରିବ ସାଉଦି ଆରବ

ରିୟାଦ୍: ମେ ୨୩ରୁ ୨୭ ପାଞ୍ଚ ଦିନ ପଡୁଛି ଇଦ ଉଲ ଫିତର । ମୁସଲମାନଙ୍କ ଏକମାସ ଧରି ଚାଲିଥିବା ରମଜାନର ଶେଷ ୫ ଦିନ । କିନ୍ତୁ କରୋନା ଭୂତାଣୁ ସଂକ୍ରମଣର ଭୟବହତାକୁ ଦୃଷ୍ଟିରେ ରଖି ସାଉଦି ଆରବ ସରକାର ଏହି ୫ଦିନିଆ ଛୁଟିରେ ଦେଶବ୍ୟାପୀ କର୍ଫ୍ୟୁ ଜାରି କରିବାକୁ ଯାଉଛି । ମଙ୍ଗଳବାର ଦିନ ସାଉଦି ଗୃହ ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଛି କି, ଇଦ ଉଲ ଫିତରର ୫ ଦିନ ବ୍ୟାପୀ ଦେଶରେ ୨୪ଘଣ୍ଟିଆ କର୍ଫ୍ୟୁ ଜାରି କରାଯିବ ।
ସେ ପର୍ୟ୍ୟନ୍ତ ବାଣିଜ୍ୟିକ ଓ ବ୍ୟାବସାୟିକ ପ୍ରତିଷ୍ଠାନ ସବୁ ବର୍ତ୍ତମାନ ପରି ଖୋଲା ରହିବ। ସ୍ଥାନୀୟ ସମୟ ସକାଳ ୯ଟାରୁ ସନ୍ଧ୍ୟା ୫ଟା ଯାଏଁ ଲୋକେ ଅବାଧରେ ଚଳପ୍ରଚଳ କରିପାରିବେ। କିନ୍ତୁ, ସବୁବେଳେ ପୂର୍ବ ଭଳି ମକାରେ ସମ୍ପୂର୍ଣ୍ଣ କର୍ଫ୍ୟୁ ବଳବତ୍ତର ରହିବ ବୋଲି ରାଷ୍ଟ୍ରାୟତ ନିଉଜ୍ ଏଜେନ୍‌ସି ‘ଏସ୍‌ପିଏ’ରେ ବିବୃତି ପ୍ରକାଶ ପାଇଛି। ପୂର୍ବରୁ ଅଧିକାଂଶ ସହର ଓ ନଗରରେ ସାଉଦି ଆରବ ୨୪ ଘଣ୍ଟିଆ କର୍ଫ୍ୟୁ ଜାରି କରିଥିଲା, କିନ୍ତୁ ରମ୍‌ଜାନ୍ ଆରମ୍ଭ ହେବାରୁ କର୍ଫ୍ୟୁ କୋ୍ହଳ କରାଯାଇଥିଲା।
କରୋନାରେ ବର୍ତ୍ତମାନ ସାଉଦି ଆରବରେ ୪୨, ୯୨୫ଜଣ ସଂକ୍ରମିତ ହୋଇଛନ୍ତି ଓ ସେଥିରୁ ୨୬୪ଜଣଙ୍କର ମୃତ୍ୟୁ ଘଟିଛି।

Related posts

କରୋନାରେ ମାଓମାଦୀ ଆକ୍ରାନ୍ତ

mahabharatanews

‘ଜାମିଆ ହିଂସାକୁ ନେଇ କିଛି କହିବା ଅପରିପକ୍ୱ ହେବ’: ରମେଶ

mahabharatanews

ରାମ ଜନ୍ମଭୂମୀ ତୀର୍ଥକ୍ଷେତ୍ର ଟ୍ରଷ୍ଟର ଆଜି ପ୍ରଥମ ବୈଠକ

mahabharatanews