ମୁମ୍ବାଇ: ତୃତୀୟ ଲହରର ଆଶଙ୍କା ମଧ୍ୟରେ ଡେଲ୍ଟା ପ୍ଲସ ଭାରିଏଣ୍ଟ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ସାମ୍ପ୍ରତିକ ସ୍ଥିତିକୁ ଦେଖି ହୁଏତ ଏହି ଭାରିଏଣ୍ଟ ତୃତୀୟ ଲହରର କାରଣ ହେବ ବୋଲି ଅନୁମାନ କରାଯାଉଛି । ବିଶେଷ କରି ମହାରାଷ୍ଟ୍ରରେ ଡେଲ୍ଟା ପ୍ଲସ ସଂକ୍ରମଣ ବୃଦ୍ଧି ପାଉଛି । ରାଜ୍ୟରେ ୬୬ ଜଣ ଡେଲ୍ଟା ପ୍ଲସରେ ସଂକ୍ରମିତ ହେବା ସହ ୫ଜଣଙ୍କ ମୃତ୍ୟୁ ହୋଇସାରିଛି । ଜୀବନ ଗଲାଣି। ଡବଲ ଡୋଜ୍ ଟିକା ନେଇଥିବା ଲୋକ ମଧ୍ୟ ଏହି ଭାରିଏଣ୍ଟ ଦ୍ୱାରା ପ୍ରାଣ ହରାଇଛନ୍ତି ଓ ସଂକ୍ରମିତଙ୍କ ମଧ୍ୟରେ ୧୮ରୁ କମ ବୟସ୍କ ୭ ଜଣ ରହିଛନ୍ତି।
ଜୁଲାଇ ଶେଷ ସପ୍ତାହରେ ଡେଲ୍ଟା ପ୍ଲସ ମୃତ୍ୟୁର ପ୍ରଥମ ଖବର ଆସିଥିଲା । ମୁମ୍ବାଇର ଜଣେ ୬୩ ବର୍ଷୀୟ ମହିଳା ଏହି ଭାରିଏଣ୍ଟ ଦ୍ୱାରା ମୃତ୍ୟୁବରଣ କରିଥିଲେ । ସେ ଟିକାର ଦୁଇଟି ଯାକ ଡୋଜ୍ ନେଇଥିଲେ। ମହିଳାଙ୍କ ଠାରୁତାଙ୍କର ଦୁଇ ଜଣ ସମ୍ପର୍କୀୟଙ୍କୁ ସଂକ୍ରମିତ ହୋଇଥିଲେ । ମହିଳାଙ୍କ ଜୁଲାଇ ୨୭ରେ ଆଇସିୟୁରେ ଥିବା ବେଳେ ପ୍ରାଣ ହରାଇଥିଲେ। କିନ୍ତୁ ଅଗଷ୍ଟ ୧୧ରେ ସ୍ୱାସ୍ଥ୍ୟ ବିଭାଗ ଜାଣିବାକୁ ପାଇଥିଲା ସେ ଡେଲ୍ଟା ପ୍ଲସରେ ସଂକ୍ରମିତ ଥିଲେ । ସେହିପରି ଡେଲ୍ଟା ପ୍ଲସରେ ସଂକ୍ରମିତ ହୋଇ ରତ୍ନଗିରିରୁ ୨ ଜଣ, ମୁମ୍ବାଇରୁ ଜଣେ, ରାଇଗଡ଼ରୁ ଜଣେ ଓ ବୀଡରୁ ଜଣେ ପ୍ରାଣ ହରାଇଛନ୍ତି। ସେହିପରି ସର୍ବାଧିକ ୧୩ ଡେଲ୍ଟା ପ୍ଲସ ସଂକ୍ରମିତ ଜଲଗାଓଁରୁ ଚିହ୍ନଟ ହୋଇଥିବା ବେଳେ ରତ୍ନଗିରିରୁ ୧୨ ଜଣ ଓ ମୁମ୍ବାଇରୁ ୧୧ ଜଣ ଠାବ ହୋଇଛନ୍ତି। ଥାନେ ଓ ପୁଣେରୁ ୬ ଜଣ ଲେଖାଏ, ପାଲଘରରୁ ୩ ଜଣ, ନାନ୍ଦେନ୍ଦ ଓ ଗୋଣ୍ଡିଆର ୨ ଜଣ ଲେଖାଏ, ଅକୋଲା, ଚନ୍ଦ୍ରପୁର, ସିନ୍ଧୁଦୁର୍ଗ, ସଙ୍ଗଲି, ନନ୍ଦୁରବାର, ଔରଙ୍ଗାବାଦ, କୋହ୍ଲାପୁର ଓ ବୀଡରୁ ଜଣେ ଲେଖାଏ ଲୋକ ଡେଲ୍ଟା ପ୍ଲସ ଭାରିଏଣ୍ଟରେ ସଂକ୍ରମିତ ହୋଇଛନ୍ତି।
ମହାରାଷ୍ଟ୍ରରୁ ଜେନୋମ ସିକ୍ୱେନ୍ସିଂ ପାଇଁ ଯାଇଥିବା ମୋଟ ନମୁନାରୁ ୮୦% ଲୋକଙ୍କ ଶରୀରରୁ ଡେଲ୍ଟା ପ୍ଲସ ଭାରିଏଣ୍ଟ ଚିହ୍ନଟ ହୋଇଛି। ୬୬ ଜଣ ଡେଲ୍ଟା ପ୍ଲସ ସଂକ୍ରମିତଙ୍କ ମଧ୍ୟରୁ ୩୩ ଜଣଙ୍କ ବୟସ ୧୯ରୁ ୪୫ ଓ ୭ ଜଣଙ୍କ ବୟସ ୧୮ ବର୍ଷରୁ କମ।
