(ଡେରାଡୁନ) : ଭୁସ୍ଖଳନ ଯୋଗୁଁ ମାଟି ଭିତରେ ପୋତି ହୋଇଗଲା କାର୍ । ଗୁରୁବାର ରାତିରେ ଉତ୍ତରଖଣ୍ଡର ରୁଦ୍ରପ୍ରୟାଗ ଜିଲ୍ଲାରେ ୫ଜଣ କେଦାନାଥ ଯାତ୍ରୀ ପ୍ରାଣ ହରାଇଥିବା ଜଣାପଡିଛି । ଗୁପ୍ତକାଶୀ-ଗୌରୀକୁଣ୍ଡ ରାଜପଥ ଅନ୍ତର୍ଗତ ଫାତା ନିକଟରେ ଭୂସ୍ଖଳନ ଘଟି ୬୦ ମିଟର୍ ରାସ୍ତା ଧସିପଡ଼ିଛି। ଫଳରେ ଏଥିରେ ୫ଜଣ ମୃତ୍ୟୁ ବରଣ କରିଥିବା ବେଳେ ୩ଜଣ ଗୁଜରାଟ ଓ ୨ଜଣ ହରିଦ୍ବାର ବାସିନ୍ଦା।
ସୂଚନାନୁଯାୟୀ , ଅତି ପ୍ରବଳ ବର୍ଷା ଯୋଗୁଁ ଧସିପଡ଼ିଥିବା ପଥୁରିଆ ମାଟି ଏଡ଼ାଇ ଯାତ୍ରୀମାନଙ୍କୁ ଉଦ୍ଧାର କରିବା ଅସମ୍ଭବ ହୋଇପଡ଼ିଥିଲା। ରାଜପଥର ସେ ଅଂଶର ମରାମତି କାର୍ଯ୍ୟ ଏବେ ମଧ୍ୟ ଚାଲିଛି। ତେଣୁ, ସେ ରାସ୍ତାରେ ଯାନବାହନ ଚଳାଚଳ ବନ୍ଦ ରଖାଯାଇଛି।
