ଖେଳଭାରତ

ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଆଣିଲେ ଆର ମାଧବଙ୍କ ପୁଅ ବେଦାନ୍ତ ମାଧବନ

ମୁମ୍ବାଇ: କୋପେନହେଗନରେ ଦେଖାଇଲେ ସୁପରଷ୍ଟାର ଆର ମାଧବଙ୍କ ପୁଅ ବେଦାନ୍ତ ମାଧବନ । ୮ ଶହ ମିଟର ଫ୍ରିଷ୍ଟାଇଲ ସ୍ୱିମିଂ ପ୍ରତିଯୋଗିତାରେ ଭାରତ ପାଇଁ ଆଣିଛନ୍ତି ସ୍ୱର୍ଣ୍ଣ ପଦକ । ସେ ୦.୧୦ ସେକେଣ୍ଡ ବ୍ୟବଧାନରେ ଅଲେକଜାଣ୍ଡାର ଏଲ ବୋର୍ନଙ୍କୁ ହରାଇଛନ୍ତି । ବେଦାନ୍ତ ଗୋଟିଏ ପରେ ଗୋଟିଏ ଟୁର୍ଣ୍ଣାମେଣ୍ଟରେ ନିଜର ଖେଳ ପ୍ରତି ବେଶ ସଜାଗ ରହୁଛନ୍ତି । ଆଉ ଧୀରେ ଧୀରେ ଭଲ ପ୍ରଦର୍ଶନ ମଧ୍ୟ କରୁଛନ୍ତି ।

ପୂର୍ବରୁ ସେ ୧୫ ଶହ ମିଟର ଫ୍ରିଷ୍ଟାଇଲରେ ରୌପ୍ୟ ପଦକ ପାଇଥିଲେ । ଆଉ ଏବେ ସ୍ୱର୍ଣ୍ଣ ପଦକ ପାଇଁ ବେଶ ଖୁସି ଅଛନ୍ତି ମାଧବନ୍ । ଆଉ ତାଙ୍କ ପୁଅର ଏପରି ସପଳତା ପାଇଁ ସେ ଗର୍ବ ମଧ୍ୟ ଅନୁଭବ କରୁଛନ୍ତି । ଆଉ ଆଗକୁ ବେଦାନ୍ତ ଆହୁରି ଭଲ ପ୍ରଦର୍ଶନ କରି ଭାରତର ନାଁ ଆଗକୁ ନେବେ ବୋଲି ସେ ଆଶା ରଖିଛନ୍ତି । କେବଳ ମାଧବନ ନୁହଁ ବରଂ ପୁରା ଭାରତ ବର୍ଷ ବେଦାନ୍ତଙ୍କ ଏପରି ସଫଳତା ପାଇଁ ତାଙ୍କୁ ଶୁଭେଚଚ୍ଛା ଜଣାଉଛନ୍ତି ।

Related posts

 କେଜ୍ରିୱାଲଙ୍କୁ ଧମକପୂର୍ଣ୍ଣ ବାର୍ତ୍ତା ଲେଖିଥିବା ଅଭିଯୁକ୍ତ ଗିରଫ 

mahabharatanews

ଦେଶରେ ୨୪ ଘଣ୍ଟା ମଧ୍ୟରେ ୩,୫୪୫ କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews

ବିରୋଧୀ ଦଳର ନେତା ହେବା ପରେ ବଢ଼ିଲା ରାହୁଲଙ୍କ ଗୁରୁତ୍ୱ

mahabharatanews