(ଭୁବନେଶ୍ୱର) : ଜଳୁଛି ସାରା ଓଡ଼ିଶା। ରାଜ୍ୟରେ ସବୁଠି ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଲଗାତାର ୫ ଦିନ ହେଲା ବର୍ଷାର ଦେଖାନାହିଁ। ଉତ୍ତରା ପବନ ହେଉ ନ ଥିବାରୁ ଦିନର ତାପମାତ୍ରା ୩୬ ଡିଗ୍ରିରୁ ୪୩ ଡିଗ୍ରି ରହୁଛି । ଫଳରେ ସକାଳ ୧୦ଟାରେ ଘରୁ ପଦାକୁ ବାହାରିବା ସମୟରେ ଲୋକଙ୍କୁ ଦୁଇ ଥର ଚିନ୍ତା କରିବାକୁ ପଡ଼ୁଛି। ଏହାରି ଭିତରେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଆହୁରି ଚିନ୍ତା ବଢ଼ାଇଛି। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଓଡ଼ିଶାର ପାଗ ଶୁଖିଲା ରହିବ। କୌଣସି ସ୍ଥାନରେ ବର୍ଷା କିମ୍ବା ପବନ ହେବାର ସମ୍ଭାବନା ଆଦୌ ନାହିଁ।
ସୂଚନାନୁଯାୟୀ , ମଧ୍ୟାହ୍ନ ସମୟରେ ଭୁବନେଶ୍ବର, କଟକ, ଚାନ୍ଦବାଲି, ବାଲେଶ୍ବର, ପାରାଦୀପ, ଗୋପାଳପୁର ମଧ୍ୟ ଏଥିରୁ ବାଦ ପଡିନି । ଗତ ୨୪ ଘଣ୍ଟା ମଧ୍ୟରେ କୌଣସି ସ୍ଥାନରେ ବର୍ଷା ହୋଇନାହିଁ। ସ୍ବାଭାବିକ ତାପମାତ୍ରା ୩ ଡିଗ୍ରି ଅଧିକ ରହିଛି। ଆଜି ଭୁବନେଶ୍ବରର ତାପମାତ୍ରା ସ୍ବାଭାବିକଠାରୁ ୨.୯ ଡିଗ୍ରି ଅଧିକ ରହିଥିଲା। ଆସନ୍ତା ୫ ଦିନ ଯାଏ ସର୍ବାଧିକ ଓ ସର୍ବନିମ୍ନ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ।