ଓଡିଶା

ଓଡିଶାରେ ଆଉ ୫ ଜଣଙ୍କ କରୋନାରେ ମୃତ୍ୟୁ

ଭୁବନେଶ୍ଵର/ ଶିଳାସ୍ମିତା ରାୟ: ରାଜ୍ୟରେ ଦିନ ବଢିବା ସହ କରୋନା ଭୂତାଣୁ ଅଧିକରୁ ଅଧିକ ଲୋକଙ୍କ ମୁଣ୍ଡ ନେବାରେ ଲାଗିଛି । କରୋନାର ତାଣ୍ଡବ ଥମିବାର ନାମ ନେଉ ନାହିଁ । ଗତକାଲି ୬ ଜଣଙ୍କ ମୁଣ୍ଡ କରୋନାରେ ଯାଇଥିବା ବେଳେ ଆଜି ଆଉ ୫ ମୁଣ୍ଡ ନେଇଛି ଏହି ଭୟଙ୍କର ଭୂତାଣୁ।  ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୦୮କୁ ବୃଦ୍ଧି ପାଇଛି । ୫ ମୃତକଙ୍କ ମଧ୍ୟରୁ ୪ ଜଣ ପୁରୁଷ ଓ ଜଣେ ମହିଳା ରହିଛନ୍ତି । ଗଞ୍ଜାମ ଜିଲାରୁ ସର୍ବାଧିକ ୩ ଜଣ ଥିବା ବେଳେ ଗଜପତି ଓ କନ୍ଧମାଳ ଜିଲାରୁ ଜଣେ ଲେଖାଏ ଅଛନ୍ତି। ଫଳରେ ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧୦୮କୁ ବୃଦ୍ଧି ପାଇଛି।
ଆଜିର ୫ ମୃତକଙ୍କ ମଧ୍ୟରେ ଗଞ୍ଜାମ ଜିଲାରୁ ଜଣେ ୪୦ ବର୍ଷୀୟା ମହିଳା ଅଛନ୍ତି, ଯିଏ ମଧୁମେହ ଏବଂ ହାଇଡ୍ରୋନେଫ୍ରୋସିସ୍‌ ରୋଗରେ ଆକ୍ରାନ୍ତ ଥିଲେ। ଏହା ବ୍ୟତୀତ ୬୧ ବର୍ଷୀୟ ମୃତକ ମଧୁମେହରେ ପୀଡିତ ଥିବା ବେଳେ ୬୦ ବର୍ଷୀୟ ପୁରୁଷ ମୃତକ ମଧୁମେହ ଓ ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିଲେ। ଗଜପତି ଜିଲାର ୭୨ବର୍ଷୀୟ ପୁରୁଷ ମୃତକ ମଧୁମେହ, ଉଚ୍ଚ ରକ୍ତଚାପ ଏବଂ ରକ୍ତନଳୀ ସମ୍ବନ୍ଧୀୟ ରୋଗରେ ପୀଡ଼ିତ ଥିଲେ। କନ୍ଧମାଳ ଜିଲାର ମୃତକ ଜଣେ ୮୬ ବର୍ଷୀୟ ବୃଦ୍ଧ, ଯିଏ ମଧୁମେହ ଏବଂ ଫୁସଫୁସଜନୀତ ରୋଗରେ ପୀଡିତ ଥିଲେ।

Related posts

ଟ୍ରକ ଧକ୍କାରେ ସ୍ତ୍ରୀ ମୃତ , ସ୍ୱାମୀ, ଦିଅର  ଆହତ

mahabharatanews

କଣ୍ଟିଆପଡା ପଞ୍ଚାୟତ ସମିତି ସଭ୍ୟ ପାଇଁ ୨ ପ୍ରାର୍ଥପତ୍ର ଦାଖଲ

mahabharatanews

ଭିଜିଲାନ୍ସ ଜାଲରେ ବାଲିଅନ୍ତା ଆରଆଇ ଦେବଦତ୍ତ ବିଶ୍ୱାଳ

mahabharatanews