(କେନ୍ଦ୍ରାପଡ଼ା): ୫ଟି ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ୍ କେନ୍ଦ୍ରାପଡା ଜିଲ୍ଲା ଗସ୍ତ କରିଛନ୍ତି l ରାଜ୍ୟ ସରକାର କେନ୍ଦ୍ରାପଡ଼ାର ବିକାଶ ପାଇଁ ନେଇଥିବା ପଦକ୍ଷେପ ସମ୍ପର୍କରେ ଲୋକଙ୍କୁ ଅବଗତ କରାଇଛନ୍ତି । ଏହି ସମୟରେ ବିଭିନ୍ନ ବ୍ଲକ ପରିଦର୍ଶନ କରି ରାଜ୍ୟ ସରକାରଙ୍କ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ।
ସୂଚନାନୁଯାୟୀ , ପଟ୍ଟାମୁଣ୍ଡାଇ ଆସିବା ବାଟରେ ଗୋପାଳପୁର ଓ ମଦନପୁର ଛକରେ ମଧ୍ୟ ଜନସାଧାରଣଙ୍କୁ ସ୍ୱଳ୍ପ ସମୟ ପାଇଁ ଉଦବୋଧନ ଦେଇଥିଲେ l କଟକ ଚାନ୍ଦବାଲି ରାସ୍ତାର ପଟ୍ଟାମୁଣ୍ଡାଇ ଠାରେ ଡାକବଙ୍ଗଳା ଛକ ଓ ଗୋଗୁଆ ଛକରେ ମଧ୍ୟରେ ଉପସ୍ଥିତ ଥିବା ଦଳୀୟ କର୍ମୀ ଓ ଜନସାଧାରଣ ଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ l କେନ୍ଦ୍ରାପଡାରେ ଖୁବଶୀଘ୍ର ଲକ୍ଷ୍ମୀ ବସ୍ ଚାଲିବା ନେଇ ପ୍ରତିଶ୍ରୁତି ଦେଇଛନ୍ତି 5-T ଅଧ୍ୟକ୍ଷ । ଏପରିକି ମୁଖ୍ୟମନ୍ତ୍ରୀ ଖୁବଶୀଘ୍ର ଆପଣଙ୍କୁ ଖୁସି ଖବର ଦେବେ ବୋଲି କହିଛନ୍ତି ସେ । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଯେଉଁମାନେ କାର୍ଡ ପାଇନାହାନ୍ତି ସେମାନଙ୍କୁ ଖୁବଶୀଘ୍ର କାର୍ଡ ଯୋଗାଇ ଦିଆଯିବ ।