ଓଡିଶାରାଜନୀତି

ମା ସମଲେଶ୍ୱରୀ ମନ୍ଦିର ଉନ୍ନୟନ କାର୍ଯ୍ୟର ସମୀକ୍ଷା କଲେ ୫-ଟି ସଚିବ

୧୫ ଦିନରେ ପ୍ରସ୍ତୁତ ହେବ ମାଷ୍ଟର ପ୍ଲାନ, ଖର୍ଚ୍ଚ ହେବ ହଜାରେ କୋଟି
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ନିର୍ଦ୍ଦେଶ କ୍ରମେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ୫-ଟି ସଚିବ ଭିକେ ପାଣ୍ଡିଆନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ପ୍ରମୁଖ ସଚିବ ହେମନ୍ତ ଶର୍ମା ପ୍ରମୁଖ ସମ୍ବଲପୁର ଗସ୍ତରେ ଯାଇ ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ, ମା’ ସମଲେଶ୍ୱରୀ ମନ୍ଦିର ଓ ଅନ୍ୟାନ୍ୟ ରୂପାନ୍ତର କାର୍ୟ୍ୟର ଅଗ୍ରଗତିର ସମୀକ୍ଷା କରିଥିଲେ। ଭିସୁଟ ରାଜ୍ୟର ଏକ ଅଗ୍ରଣୀ ବୈଷୟିକ କଲେଜ ଏବଂ ସାରା ଦେଶରେ ଏହାର ସୁଖ୍ୟାତି ରହିଛି। ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର, ୫-ଟି ସଚିବ ଭିକେ ପାଣ୍ଡିଆନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ପ୍ରମୁଖ ସଚିବ ହେମନ୍ତ ଶର୍ମା ଭିସୁଟ ଯାଇ ବିଶ୍ୱବିଦ୍ୟାଳୟର ଏକାଡମିକ ବ୍ଲକ ରେ ଥିବା ଶ୍ରେଣୀ ଗୃହ ଓ ପରୀକ୍ଷାଗାର, ବିଶ୍ୱେଶ୍ୱରାୟା ଅଡିଟୋରିୟମ, ପୁଲହ ଓ ବଶିଷ୍ଠ ହଲ ପରିଦର୍ଶନ କରି ବିଶ୍ୱବିଦ୍ୟାଳୟର କୁଳପତି, ଶିକ୍ଷକ ଓ ଛାତ୍ରଛାତ୍ରୀମାନଙ୍କ ସହିତ ସେମାନଙ୍କର ବିଭିନ୍ନ ସମସ୍ୟା, ମିଳୁଥିବା ସୁବିଧା ତଥା ଭବିଷ୍ୟତ ବିକାଶ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ।

ଦେଶରେ ବୈଷୟିକ ଶିକ୍ଷା କ୍ଷେତ୍ରରେ ଭିସୁଟର ଗୁରୁତ୍ୱକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଙ୍କ ଅନୁମୋଦନ କ୍ରମେ ଏହାକୁ ବୈଷୟିକ ଶିକ୍ଷା କ୍ଷେତ୍ରରେ ଏକ ଉତ୍କର୍ଷ କେନ୍ଦ୍ର ଭାବରେ ବିକଶିତ କରାଯିବ ଓ ଏଥିପାଇଁ ଏକ ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯିବ ଏବଂ ଆଗାମୀ ୧୫ ଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଉପସ୍ଥାପିତ କରାଯିବ। ଛାତ୍ର, ଶିକ୍ଷକ, ଶିଳ୍ପ ଜଗତ, ପୁରାତନ ଛାତ୍ରଛାତ୍ରୀ ତଥା ସ୍ଥାନୀୟ ପ୍ରଶାସନ ସହିତ ବ୍ୟାପକ ଆଲୋଚନା କରାଯାଇ ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯିବ। ଭିସୁଟକୁ ଆଇଆଇଟି ଏବଂ ଅନ୍ୟାନ୍ୟ ଜାତୀୟ ଅନୁଷ୍ଠାନ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ମାଷ୍ଟରପ୍ଲାନ୍ ପ୍ରସ୍ତୁତ କରାଯିବ ଜ୍ଝ ଛାତ୍ରଛାତ୍ରୀମାନେ ମଧ୍ୟ ସେମାନେ କରିଥିବା ପ୍ରୋଜେକ୍ଟ ସବୁ ଉପସ୍ଥାପନା କରିଥିଲେ । ୫-ଟି ସଚିବ ଶ୍ରୀ ପାଣ୍ଡିଆନ ଏଗୁଡିକୁ ଉଚ୍ଚ ପ୍ରଶଂସା କରିବା ସହିତ ଇଣ୍ଡଷ୍ଟ୍ରି ଲିଙ୍କେଜ ଉପରେ ଗୁରୁତ୍ୱ ଦେଇଥିଲେ।

ପରେ ସେମାନେ ବଇଜାମୁଣ୍ଡାଠାରେ ଚାଲିଥିବା ସମନ୍ୱିତ ଭିତ୍ତିଭୂମି ପ୍ରକଳ୍ପ ପ୍ରଦର୍ଶନ କରି ସେ କାର୍ୟ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ ଏବଂ ଭିକାରୀ ଥଇଥାନ କେନ୍ଦ୍ରର ଅନ୍ତେବାସୀମାନଙ୍କ ସହିତ ଆଲୋଚନା କରିଥିଲେ। ଏହି ସମନ୍ୱିତ ପ୍ରକଳ୍ପର ଅଗ୍ରଗତିରେ ମୁଖ୍ୟ ଶାସନ ସଚିବ ଓ ୫-ଟି ସଚିବ ସନ୍ତୋଷ ପ୍ରକାଶ କରିବା ସହିତ ସମସ୍ତ ସେବା ଯେପରି ସୁବିଧାରେ ମିଳିପାରିବ ସେଥିପାଇଁ ସମୟବଦ୍ଧ କାର୍ୟ୍ୟସୂଚୀ ଗ୍ରହଣ କରିବା ପାଇଁ ପରାମର୍ଶ ଦେଇଥିଲେ। ମୁଖ୍ୟ ଶାସନ ସଚିବ ଓ ବରିଷ୍ଠ ଅଧିକାରୀମାନେ ସ୍କୁଲ ରୂପାନ୍ତର କାର୍ୟ୍ୟକ୍ରମରେ ଅନ୍ତର୍ଭୁକ୍ତ ହୋଇଥିବା ଲେଡି ଲୁଇସ ବାଳିକା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରି ଶିକ୍ଷକ, ଛାତ୍ରୀ ଏବଂ ଆଲୁମିନା ସହିତ ରୂପାନ୍ତର କାର୍ୟ୍ୟକ୍ରମର ପ୍ରଭାବ ବିଷୟରେ ଆଲୋଚନା କରିଥିଲେ।
ସମଲେଶ୍ୱରୀ ମନ୍ଦିର ପଶ୍ଚିମ ଓଡିଶାର ଆଧ୍ୟତ୍ମିକ ପ୍ରାଣକେନ୍ଦ୍ର। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ୫-ଟି ରୂପାନ୍ତର କାର୍ୟ୍ୟକ୍ରମରେ ସମଲେଶ୍ୱରୀ ମନ୍ଦିରର ପାରିପାର୍ଶ୍ୱିକ ବିକାଶ ସମଲେଇ ପ୍ରକଳ୍ପ କାର୍ୟ୍ୟକାରୀ କରାଯାଉଛି। ଏହି କାର୍ୟ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ମୁଖ୍ୟ ଶାସନ ସଚିବ ଓ ୫-ଟି ସଚିବ ସେବାୟତ ଓ ଜନସାଧରଣଙ୍କ ମତାମତ ନେଇଥିଲେ। ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ଓବିସିସି କର୍ତ୍ତୃପକ୍ଷ ମୁଖ୍ୟ ଶାସନ ସଚିବ ଓ ୫-ଟି ସଚିବଙ୍କୁ ଅବଗତ କରାଇଥିଲେ। ପ୍ରକଳ୍ପ ଅଧିନସ୍ଥ ସମସ୍ତ କାର୍ୟ୍ୟ ତ୍ୱରାନ୍ୱିତ କରି ଶୀଘ୍ର ସମ୍ପୂର୍ଣ୍ଣ କରିବା ପାଇଁ ୫-ଟି ସଚିବ ନିର୍ଦ୍ଦେଶ ଦେଇଥିଲେ। ବରିଷ୍ଠ ଅଧିକାରୀମାନେ ପ୍ରଥମେ ମା’ସମଲେଶ୍ୱରୀଙ୍କ ମନ୍ଦିରକୁ ଯାଇ ମା’ଙ୍କର ପୂଜା ଅର୍ଚ୍ଚନା କରିଥିଲେ।

Related posts

ବାଇକ୍ ଉପରେ ଚଢ଼ିଗଲା ହାଇଓ୍ବା ଗାଡ଼ି ଘଟଣାସ୍ଥଳରେ ଜଣେ ମହିଳାଙ୍କ ମୃତ୍ୟୁ

mahabharatanews

ମହମ୍ମଦ ମୋକିମଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା 

mahabharatanews

ପବିତ୍ର ସୁନାବେଶରେ ଅଘଟଣ ; ମଠରୁ ଖସି ଜଣେ ଭକ୍ତ ଗୁରୁତର

mahabharatanews