ଓଡିଶାଦୁର୍ଘଟଣା

ବାଇକ୍ ଉପରେ ଚଢ଼ିଗଲା ହାଇଓ୍ବା ଗାଡ଼ି ଘଟଣାସ୍ଥଳରେ ଜଣେ ମହିଳାଙ୍କ ମୃତ୍ୟୁ

ବାଇକ୍ ଉପରେ ଚଢ଼ିଗଲା ହାଇଓ୍ବା ଗାଡ଼ି ଘଟଣାସ୍ଥଳରେ ଜଣେ ମହିଳା ଙ୍କ ମୃତ୍ୟୁ ହୋଇଥିବା ବେଳେ, ବାଇକ୍ ଚଳାଉଥିବା ବ୍ୟକ୍ତି ଗୃରୁତର ଆହାତ ହୋଇଛନ୍ତି। ପାରାଦ୍ଵୀପ ଦୋଛକି ଠାରେ ଘଟିଛି ଏଭଳି ଅଭାବନୀୟ ଘଟଣା। ମୃତ ମହିଳା ଜଣଙ୍କ ହେଲେ ଲକ୍ ଥାନା ଅଧିନ ଝିମାଣୀ ଗ୍ରାମର ବିନି ବେହେରା। ସେ ପାରାଦ୍ଵୀପ ରୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଏହି ଘଟଣାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେବା ସହିତ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଥିଲେ। ଲକ୍ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ହାଇଓ୍ବା ଗାଡ଼ି କୁ ଜବତ କରିବା ସହିତ ଗାଡ଼ିର ଡ୍ରାଇଭର କୁ ଅଟକ ରଖି ଅଧିକ ତଦନ୍ତ ଆରମ୍ଭ କରିଛି । ସ୍ଥାନୀୟ ଲୋକଙ୍କ ସହିତ ଆଲୋଚନା କରିବା ସହିତ ଦିର୍ଘ ଦେଢ଼ ଘଣ୍ଟା ପରେ ରାସ୍ତା ଅବରୋଧ ହଟିଛି। ଫଳରେ ଏବେ  ଗାଡି ଚଳାଚଳ ସ୍ବାଭାବିକ ହୋଇଛି।

Related posts

ବଢୁଛି ତାତି; ତାଳଚେରରେ ସର୍ବାଧିକ ତାପମାତ୍ରା ରେକର୍ଡ 

mahabharatanews

ବକ୍ରପାଦ ଅସ୍ତ୍ରୋପଚାର ପାଇଁ ମାଲକାନାଗିରିରେ କ୍ୟାମ୍ପ

mahabharatanews

ଆଇସୋଲେସନକୁ ତଦାରଖ କରିବେ ବିଡିଓ ଓ ତହସିଲଦାର

mahabharatanews