Uncategorized

ମିଆଁମାର ରତ୍ନପଥର ଖଣିରେ ଭୂସ୍ଖଳନ ଘଟି ୫୦ ମୃତ

ନୂଆଦିଲ୍ଲୀ: ଉତ୍ତର ମିଆଁମାର ଅନ୍ତର୍ଗତ ଏକ ସବୁଜ ରତ୍ନପଥର ଖଣିରେ ଭୂସ୍ଖଳନ ଘଟି ୫୦ ଜଣଙ୍କ ମୃତ୍ୟୁ ହୋଇଛି । ଭୂସ୍ଖଳନ ହେବାରୁ ସେଠାରେ କାର୍ଯ୍ୟରତ ଲୋକେ ଖଣି ଭିତରେ ପୋତି ହୋଇ ଶ୍ୱାସରୁଦ୍ଧ ଘଟି ସେମାନଙ୍କ ମୃତ୍ୟୁ ହୋଇଛି । ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ୫୦ ଜଣଙ୍କ ଶବ ଉଦ୍ଧାର ହୋଇଛି ଓ ଏହି ସଂଖ୍ୟା ବୃଦ୍ଧି ପାଇବା ଆଶଙ୍କା କରାଯାଉଛି । ଏନେଇ ମିଆମାର ଅଗ୍ନିଶମ ବିଭାଗ ଏବଂ ସୂଚନା ମନ୍ତ୍ରାଳୟର ଜଣେ ଅଧିକାରୀ ସୂଚନା ଦେଇଛନ୍ତି ।
ଖଣି ଶ୍ରମିକମାନେ କାଚିନ୍ ପ୍ରଦେଶର ‘ଜେଏଡ୍’ ସମୃଦ୍ଧ ହ୍ପାକାନ୍ତ ଅଞ୍ଚଳରେ ରତ୍ନ ପଥର ସଂଗ୍ରହ କରୁଥିଲେ । ସେଠାରେ ପ୍ରବଳ ବର୍ଷା ଯୋଗୁଁ ଗୋଟାଏ କାଦୁଅ ସ୍ରୋତ ଆସି ସେମାନଙ୍କୁ ପୋତି ପକାଇଥିଲା । ଦୁର୍ଘଟଣା ପରେ ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ଖଣିରୁ ୫୦ଟି ଶବ ଉଦ୍ଧାର କରାଯାଇଛି। ଉଦ୍ଧାର କାର୍ୟ୍ୟ ଜାରି ରହିଛି।

Related posts

 ନେପାଳ ହିନ୍ଦୀ ଭାଷା ଉପରେ ଲଗାଇବାକୁ ଯାଉଛି ପ୍ରତିବନ୍ଧକ

mahabharatanews

ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରି ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

mahabharatanews

ଏନପିଆର ସହ ସହଯୋଗ କରାଯିବ ନାହିଁ: କେରଳ

mahabharatanews