ବାପା ସାଜିଲା ରାକ୍ଷାସ
(ବେଙ୍ଗାଲୁର) ; ନିଜର ୧୦ ବର୍ଷର ପୁଅକୁ ହତ୍ୟା କଲା ବାପା , ଆଉ ସାଥ୍ ଦେଇଥିଲେ ସ୍ତ୍ରି ଏବଂ ଗଲଫ୍ରେଣ୍ଡ । ଏମିତି ଏକ ଅମାନୁଷିକ ଘଟଣା ଦେଖିବାକୁ ମିଳିଛି ବେଙ୍ଗାଲୁରରେ । ଅଭିଯୁକ୍ତ ଜଣକ ହେଲେ ୩୦ ବର୍ଷୀୟ ସୁନୀଲ କୁମାର। ସ୍ତ୍ରୀ ଏବଂ ଗଲଫ୍ରେଣ୍ଡ ବେଙ୍ଗାଲୁରୁର ଗୁରାପ୍ପାନାପାଲ୍ୟା ଅଞ୍ଚଳରେ ରୁହନ୍ତି।ଗତ ଫେବୃଆରୀ ୭ ତାରିଖରେ ସୁନୀଲ ତା’ର ଗର୍ଲଫ୍ରେଣ୍ଡ ସାମ୍ନାରେ ନିଜ ପୁଅକୁ ହତ୍ୟା କଲା। ଏହା ପରେ ପତ୍ନୀ ଓ ଗର୍ଲଫ୍ରେଣ୍ଡ ସହାୟତାରେ ସେ ତା’ର ପୁଅର ମୃତଦେହକୁ ତାମିଲନାଡୁ ଜଙ୍ଗଲରେ ଫୋପାଡ଼ି ଦେଇଥିଲା। ଅପରାଧକୁ ଲୁଚାଇବା ପାଇଁ ଅଗଷ୍ଟ ୨୬ ତାରିଖରେ ଥାନାରେ ଏକ ନିଖୋଜ ଅଭିଯୋଗ ଅପରାଧକୁ ଲୁଚାଇବା ପାଇଁ ଅଗଷ୍ଟ ୨୬ ତାରିଖରେ ଥାନାରେ ଏକ ନିଖୋଜ ଅଭିଯୋଗକରିଥିଲେ। ସେ ଥାନାରେ ଅଭିଯୋଗ କରିଥିଲା ଯେ ଫେବୃଆରୀ ୭ ତାରିଖରେ ତାଙ୍କ ପୁଅ ତା’ର ସାଙ୍ଗ ଘରକୁ ଯାଇଥିଲା। ହେଲେ ଏହା ପରଠାରୁ ସେ ନିଖୋଜ ଅଛି। କିନ୍ତୁ ସୁନିଲର ଅଭିଯୋଗ ପରେ ପୁଲିସ କୁ ସନ୍ଦେହ ହୋଇଥିଲା । ଘଟଣାର ୬ ମାସ ପରେ କାହିଁକି ସୁନୀଲ ନିଖୋଜ ଅଭିଯୋଗ ଦେଲା।ତଦନ୍ତକାରୀ ଅଫିସର୍ ଟାଇମ୍ସ ଅଫ୍ ଇଣ୍ଡିଆକୁ ସୂଚନା ଦେଇ କହିଛନ୍ତି, ଫେବୃଆରୀ ସୁନୀଲର ପୁଅ ନିଖୋଜ ହୋଇଥିଲା। ହେଲେ ସେ ୬ ମାସ ପରେ କାହିଁକି ନିଖୋଜ ଅଭିଯୋଗ ଦେଲା, ତାହା ଶୁଣି ଆମେ ଆଶ୍ଚର୍ୟ୍ୟ ହୋଇଥିଲୁ। ଆମେ ସୁନୀଲ ଉପରେ ସନ୍ଦେହ କରିଥିଲୁ । ଆମେ ଭାବିଲୁ ଯେ କୌଣସି ଅଭିଭାବକ ନିଜ ସନ୍ତାନର ନିଖୋଜ ଅଭିଯୋଗ ଦେବା ପାଇଁ ୬ମାସ ଅପେକ୍ଷା କରିବେ ନାହିଁ।
ସୁନୀଲ ଏକ ପ୍ରାଇଭେଟ୍ ଅଫିସରେ କାମ କରେ। ତା’ର ୨୬ ବର୍ଷୀୟ ପତ୍ନୀ ଓ ଗର୍ଲଫ୍ରେଣ୍ଡ ଏକ ଗାରମେଣ୍ଟ ଫ୍ୟାକ୍ଟ୍ରୀରେ କାମ କରନ୍ତି। ପୁଅର ନିଖୋଜ ଅଭିଯୋଗ ଆଧାରରେ ଯେତେବେଳେ ପୁଲିସ୍ ତଦନ୍ତ ଆରମ୍ଭ କଲା, ସେତେବେଳେ ସୁନୀଲର ପରକିୟା ପ୍ରୀତି ସାମ୍ନାକୁ ଆସିଥିଲା। ପୁଲିସ୍ ଏହି ମାମଲାରେ ସୁନୀଲର ବନ୍ଧୁଙ୍କୁ ମଧ୍ୟ ପଚରାଉଚରା କରିଥିଲା। ହେଲେ ସୁନୀଲର ବନ୍ଧୁ ନିଜକୁ ନିର୍ଦ୍ଦୋଷ ବୋଲି କହିଥିଲେ। ଏହା ପରେ ପୁଲିସ୍ ସୁନୀଲକୁ ପଚରାଉଚରା କରିଥିଲା ଏବଂ ଯାହା ପରେ ସେ ତା’ର ପୁଅର ହତ୍ୟା କରିଥିବା ସ୍ୱୀକାର କରିଥିଲା। ତଦନ୍ତ ପରେ ପୁଲିସ୍ ସ୍ପଷ୍ଟ କରିଛି ଯେ ସୁନୀଲ ହିଁ ତା’ର ପୁଅକୁ ହତ୍ୟା କରିଛି। ସେ ତା’ର ପୁଅକୁ ଏକ ମେଟାଲ୍ ପାଇପ୍ ଓ ଅନ୍ୟ ମଭଜୁତ୍ ପଦାର୍ଥ ସହାୟତାରେ ମାରିଛି।ପତ୍ନୀ ନିଜ ସ୍ୱାମୀର ପରକିୟା ପ୍ରୀତି କଥାକୁ ଅସ୍ୱୀକାର କରିଛି। ଘଟଣା ଦିନ ସୁନୀଲ କୌଣସି କାରଣରୁ ରାଗିକି ନିଜ ପୁଅକୁ ମାରିଦେଇଥିଲା। ଆଉ ଘଟଣାର ପତ୍ୟକ୍ଷଦର୍ଶୀ ଥିଲେ ତା’ର ଗର୍ଲଫ୍ରେଣ୍ଡ। ଯେତେବେଳେ ସୁନୀଲର ପତ୍ନୀ କାମ ସାରି ରାତିରେ ଘରକୁ ଫେରିଲେ। ସେହି ସମୟରେ ସୁନୀଲ ଓ ତା’ର ତଥାକଥିତ ଗର୍ଲଫ୍ରେଣ୍ଡ ଅପରାଧକୁ ସ୍ୱୀକାର କରିଥିଲେ। ଘଟଣା ପରେ ସୁନୀଲ୍ ତା’ର ପତ୍ନୀକୁ ପ୍ରତିଶ୍ରୁତି ଦେଇଥିଲା ଯେ ଆଉ ପରକିୟା ପ୍ରୀତି ସମ୍ପର୍କ ରଖିବେ ନାହିଁ। ଏହା ପରେ ତିନିଜଣ ଯାକ କୁନି ପୁଅର ମୃତଦେହକୁ କାରରେ ନେଇ ତାମିଲନାଡୁର ବାର୍ଗର୍ ଜଙ୍ଗଲରେ ଫୋପାଡ଼ି ଚାଲିଆସିଥିଲେ।
previous post
next post
