ଓଡିଶା

ରାଜ୍ୟରେ ଆଉ ୫୯୧ ଜଣ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ବର: ଆଜି ସକାଳେ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗର ସୂଚନା ଅନୁଯାୟୀ, ରାଜ୍ୟରେ ଆଉ ୫୯୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଉ ୩ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି । ଫଳରେ ରାଜ୍ୟରେ ଏବେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୬,୭୦୧ ଓ ମୃତକଙ୍କ ସଂଖ୍ୟା ୮୬କୁ ବୃଦ୍ଧି ପାଇଛି। ସଂକ୍ରମିତଙ୍କ ଭିତରୁ ୩୯୪ଜଣ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳେ ୧୯୭ ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି। ଆଜି ୨୫ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି।
ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୧୮୨, ଖୋର୍ଦ୍ଧାରୁ ୧୨୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଠିକ୍ ସେହିପରି କଟକରେ ୩୮, ଯାଜପୁରରେ ୧୯, ବାଲେଶ୍ବରରେ ୧୩, ଜଗତସିଂହପୁର ଜିଲ୍ଲାରେ ୨୨, ପୁରୀରେ ୬, କେନ୍ଦ୍ରାପଡ଼ାରେ ୮, ଭଦ୍ରକ ଜିଲ୍ଲାରେ ୩, ସୁନ୍ଦରଗଡ଼ରେ ୧୮, ବଲାଙ୍ଗୀରରେ ୯, ମୟୂରଭଞ୍ଜରେ ୨୨, ନୟାଗଡ଼ରେ ୧୧, କେନ୍ଦୁଝରରେ ୨, ଝାରସୁଗୁଡ଼ାରେ ୫, ବରଗଡ଼ ଜିଲ୍ଲାରେ ୩୫, ଅନୁଗୁଳରେ ୧, ମାଲକାନଗିରିରେ ୮, ସମ୍ବଲପୁରରେ ୨୦, ଦେବଗଡ଼ରେ ୩, ବୌଦ୍ଧରେ ୫, ଢେଙ୍କାନାଳ ଜିଲ୍ଲାରେ ୯, କୋରାପୁଟରେ ୪, ରାୟଗଡ଼ା ଜିଲ୍ଲାରେ ୧ ଓ ନବରଙ୍ଗପୁର ଜିଲ୍ଲାରେ ୨୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
ରାଜ୍ୟରେ ୨୪ ଘଣ୍ଟାରେ ମୃତ୍ୟୁବରଣ କରିଥିବା ୩ ମୃତକଙ୍କ ମଧ୍ୟରୁ ଗଞ୍ଜାମରୁ ଜଣେ, ଗଜପତିରୁ ୨ ଜଣ ରହିଛନ୍ତି ।
ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୬୭୦୧ ରେ ପହଞ୍ଚିଛି । ୧୧, ୩୩୦ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୨୫୯ ରହିଛି।

Related posts

ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି : ଏପ୍ରିଲ ୪ ତାରିଖରୁ ସକାଳୁଆ କୋର୍ଟ

mahabharatanews

ଏମ୍ସ ଭୁବନେଶ୍ୱରରେ ବିଶ୍ୱ ଓଷ୍ଟିଓପୋରୋସିସ୍(ହାଡ଼ପୋରିଆ) ଦିବସ ପାଳିତ

mahabharatanews

ଆସନ୍ତାକାଲି ୧୩ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା 

mahabharatanews