ଓଡିଶା

ସରିଲା ପହଣ୍ଡି ନୀତି ରତ୍ନବେଦୀକୁ ବାହୁଡିବେ ତିନି ଠାକୁର

(ପୁରୀ): ଆଜି ପବିତ୍ର ବାହୁଡାଯାତ୍ରା । ଜନ୍ମବେଦୀରୁ ରତ୍ନବେଦିକୁ ବାହୁଡୁଛନ୍ତି ତିନି ଠାକୁର। କରୋନା କଟକଣା ଯୋଗୁ ଆଜି ବିନା ଭକ୍ତରେ ଭାଇ, ଭଉଣୀଙ୍କୁ ସାଙ୍ଗରେ ଧରି ଶ୍ରୀକ୍ଷେତ୍ରକୁ ଯାତ୍ରା କରିବେ ମହାବାହୁ। ସକାଳୁ ସକାଳୁ ଶେଷ ହୋଇଛି ଚତୁର୍ଦ୍ଧା ମୂର୍ତ୍ତିଙ୍କ ପହଣ୍ଡି ନୀତି। ସକାଳ ଭୋଗରେ ଖେଚୁଡ଼ି ଖାଇ ରଥରେ ବିଜେ କରିଛନ୍ତି ମହାପ୍ରଭୁ। ରଥରେ ତିନି ଠାକୁରଙ୍କ ବେଶ କରାଯିବା ପରେ ଛେରା ପହଁରା କରିବେ ଗଜପତି ମହାରାଜା। ଦିନ ୧୨ଟାରେ ଆରମ୍ଭ ହେବ ରଥ ଟଣା। ଚଳିତବର୍ଷ ରଥଯାତ୍ରା ପରି ବାହୁଡ଼ା ଯାତ୍ରା ବି ବିନା ଭକ୍ତରେ ଅନୁଷ୍ଠିତ ହେବ। ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପୁରୀ ସହର ସମେତ ସମଗ୍ର ଜିଲ୍ଲାରେ କର୍ଫ୍ୟୁ ଜାରି କରାଯାଇଛି। ସମସ୍ତ ପ୍ରବେଶ ପଥକୁ ସିଲ୍ କରି ଦିଆଯାଇଛି। ବଡ଼ଦାଣ୍ଡକୁ ସଂଯୋଗ କରୁଥିବା ସାହିଗୁଡ଼ିକର ପ୍ରବେଶ ପଥରେ ବ୍ୟାରିକେଡ଼ କରାଯାଇଛି। ସେବାୟତ ଓ ପୁଲିସ୍ କର୍ମଚାରୀ ରଥ ଟାଣିବେ । ତେବେ ଯେଉଁମାନଙ୍କ କୋଭିଡ ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଛି ସେମାନେ ହିଁ ରଥ ଟାଣିପାରିବେ । ରଥଟଣା ଶେଷ ହେବା ପରେ ଆସନ୍ତାକାଲି ସିଂହଦ୍ୱାରରେ ସୁନାବେଶ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି ।

Related posts

କମ୍ବିଂ ବେଳେ ମହିଳା ମାଓ କ୍ୟାଡରଙ୍କ ମୃତ୍ୟୁ

mahabharatanews

ସରିଲା ରାଜ୍ୟ କ୍ୟାବିନେଟ ବୈଠକ

mahabharatanews

ବିଜ୍ଞାନ ମହାଵିଦ୍ୟାଳୟରେ ଛାତ୍ରୀ ମାନଙ୍କର ଆତ୍ମ ସୁରକ୍ଷା ତାଲିମ ଶିବିର

mahabharatanews