Uncategorized

ପ୍ରୟାଗରାଜରେ ମଦ ମୃତ୍ୟୁ

ପ୍ରୟାଗରାଜ: ଉତ୍ତର ପ୍ରଦେଶରେ ମଦ ମୃତ୍ୟୁ । ବିଷାକ୍ତ ମଦ ପିଇ ପ୍ରୟାଗରାଜ ଅନ୍ତର୍ଗତ ଅମିଲିଆ ଗାଁରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ୧୦ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଏହି ଘଟଣାକୁ ନେଇ ଏବେ ଯୋଗୀ ସରକାରକୁ ଟାର୍ଗେଟ କରିଛି କଂଗ୍ରେସ । ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ।

ଶୁକ୍ରବାର ରାତିରେ ଅମିଲିଆ ଗାଁର କିଛି ଲୋକ ଏକ ଦୋକାନରୁ ମଦ ପିଇବା ପରେ ଅସୁସ୍ଥତା ହୋଇପଡିଥିଲେ। ଅସୁସ୍ଥ ଲୋକଙ୍କୁ ହସ୍ପିଟାଲ ନିଆ ଯାଇଥିଲେ ହେଁ ସେଠାରେ ଡାକ୍ତର ୬ ଜଣଙ୍କୁ ମୃତ ଘୋଷଣା କରିଥିଲେ ଓ ଅନ୍ୟ ୧୫ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରି ଚିକିତ୍ସା କରାଯାଉଛି । ଏହି ଘଟଣା ପରେ ମଦ ବିକ୍ରି କରିଥିବା ଫେରାର ଦମ୍ପତିଙ୍କୁ ପୁଲିସ ଗିରଫ କରିଛି । ମୃତ୍ୟୁର ପ୍ରକୃତକାରଣ ଶବ ବ୍ୟବଚ୍ଛେଦ ପରେ ଜଣାପଡ଼ିବ ବୋଲି ପ୍ରୟାଗରାଜ ଜିଲ୍ଲା ମାଜିଷ୍ଟ୍ରେଟ ଭାନୁ ଚନ୍ଦ୍ର ଗୋସ୍ୱାମୀ କହିଛନ୍ତି । ସେହିପରି ମଦର ନମୁନା ପରୀକ୍ଷା ପାଇଁ ପଠାଯାଇଛି। ଜିଲ୍ଲା ପ୍ରଶାସନର ଗୋଟିଏ ଟିମ ଅମିଲିଆ ଗାଁକୁ ଯାଇ ତଦନ୍ତ ଆରମ୍ଭ କରିଥିବା ସେ କହିଛନ୍ତି।

ଅପରପକ୍ଷରେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏହି ଘଟଣାରେ ଯୋଗୀ ସରକାରକୁ ଆକ୍ରମଣ କରିଛନ୍ତି । ବିଷାକ୍ତ ମଦ ପିଇ ଉତ୍ତର ପ୍ରଦେଶର ଲକ୍ଷ୍ନୌ, ପ୍ରୟାଗରାଜ, ଫିରୋଜାବାଦ, ହାପୁର, ମଥୁରା, ଆଗ୍ରା, ବାଘପଟ ଓ ମୀରଟରେ ମଦମୃତ୍ୟୁ ଘଟୁଥିଲେ ମଧ୍ୟ କାହିଁକି ବିଷାକ୍ତ ମଦ ମାଫିଆଙ୍କ ବିରୋଧରେ ସରକାର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତିବୋଲି ପ୍ରିୟଙ୍କା ପ୍ରଶ୍ନ କରିଛନ୍ତି ।

SR

 

Related posts

କରୋନା ଗୋଷ୍ଠୀ ସଂକ୍ରମଣକୁ ସ୍ୱୀକାର କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

mahabharatanews

ମିଆଁମାର ରତ୍ନପଥର ଖଣିରେ ଭୂସ୍ଖଳନ ଘଟି ୫୦ ମୃତ

mahabharatanews

ମହାରାଷ୍ଟ୍ର କୋଭିଡ ହସ୍ପିଟାଲରେ ନିଆଁ: ୬ ମୃତ

mahabharatanews