Uncategorized

କରୋନା ମୃତ୍ୟୁ ସଂଖ୍ୟା ୨୬୨୦

ବେଜିଂ: ଚାଇନାରେ ପ୍ରାଣଘାତୀ କରୋନା ସଂକ୍ରମଣରେ ଦିନକୁ ଦିନ ମୃତ୍ୟୁ ସଂଖ୍ୟ ବୃଦ୍ଧି ପାଇବାରେ ଲାଗଇଛି । ଏହି ସଂଖ୍ୟା ୨୫୯୨ ହୋଇଥିବା ବେଳେ ସଂକ୍ରମଣ ସଂଖ୍ୟା ୭୭,୧୫୦ ହୋଇଛି । ଅନ୍ୟପଟେ ଚୀନବାହାରେ ସରକାରୀ ଭାବେ ୨୭ ଜଣଙ୍କ ମୃତ୍ୟୁ ହୋଇଛି । ତେଣୁ କରୋନ। ଯୋଗୁ ସାରା ବିଶ୍ୱରେ ୨୬୨୦ ଜଣ ପ୍ରାଣ ହରାଇଛନ୍ତି । ସେହିପରି ୭୯ ହାଜରରୁ ଅଧିକ ଲୋକ ଆକ୍ରାନ୍ତ ଅଛନ୍ତି । କିନ୍ତୁ ବେସରକାରୀ ଭାବେ ଅଧିକ ଥିବା ଆଶଙ୍କା କରାଯାଉଛି । ଚୀନ ନାସନାଲ ହେଲଥ କମିଶନ ପକ୍ଷରୁ କୁହାଯାଇଛି, ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୪୦୯ ଜଶଙ୍କ କରୋନାରେ ମୃତ୍ୟୁ ହୋଇ ମୃତ୍ୟୁସଂଖ୍ୟା ୨୫୯୨ରେ ପହଞ୍ଚିଛି । କରୋନାରେ ଉତ୍ପତି ସ୍ଥଳ କୁହାଯାଉଥିବା ହୁବେଇରେ କେବଳ ୧୪୯ ଜଣଙ୍କ ମୃତ୍ୟୁ ଘଟିଛି । କରୋନା ଆଙ୍କ।ରେ ଆଉ ୬୨୦ ଜଣ ଲୋକଙ୍କୁ ଆବର୍ଜଭେସନରେ ରଖାଯାଇଛି । ରବିବାର ରାତି ସୁଦ୍ଧା ୨୪,୭୩୪ ଜଣଙ୍କୁ ଚିକିତ୍ସା ପରେ ଘରକୁ ଛଡା ଯାଇଛି । ସଙ୍କଟାପନ୍ନ ଅବସ୍ଥାରେ ଥିବା ରୋଗୀଙ୍କ ସଂଖ୍ୟା ୧,୦୫୩ରୁ ଖସି ୯,୯୧୫ ହୋଇଛି । ଚୀନ ବାହାରେ ଇରାନରେ ୮ ଜଣ, ଦକ୍ଷିଣ କୋରିଆରେ ୭ ଜଣ, ଜାପାନରେ ୪ ଜଣ, ଇଟାଲିରେ ୩ ଜଣ, ହକଂରେ ୨ ଜଣ, ଫ୍ରାନ୍ସ, ତାଇୱାନ ଓ ଫିଲିଫାଇନ୍ସରେ ଜଣେ ଲେଖା କରୋନାରେ ମୃତ୍ୟୁ ବରଣ କରିଛନ୍ତି ।

Related posts

ରାମ ମନ୍ଦିର ଟ୍ରଷ୍ଟ ଗଠନ, ୧୫ ଟ୍ରଷ୍ଟିଙ୍କ ମଧ୍ୟରେ ରହିବେ ଜଣେ ଦଳିତ

mahabharatanews

ସାବରିମାଲା ଅଳଙ୍କାର ପ୍ରସ୍ତୁତ କରିବେ କେରଳ ଅବସରପ୍ରାପ୍ତ ବିଚାରପତି

mahabharatanews

କୋରୋନା ଭାଇରସରୁ ରକ୍ଷା ପାଇବା ପାଇ ନିୟମିତ ଖାଆନ୍ତୁ ଏହି ୪ଟି ସୁପର ଫୁଡ

mahabharatanews