ଭୁବନେଶ୍ୱର: ରାଜ୍ୟରେ ଟୀକାକରଣକୁ ବ୍ୟାପକ କରିବାକୁ ତଥା ଏହି କାର୍ଯ୍ୟକ୍ରମକୁ ରାଜ୍ୟବ୍ୟାପୀ ସୁରୁଖୁରୁରେ କରିବାକୁ ରାଜ୍ୟବ୍ୟାପୀ ସଚେତନତା କ୍ୟାମ୍ପେନକୁ ବ୍ୟାପକ କରାଯାଇଛି । ଫଳରେ ଲୋକଙ୍କ ମଧ୍ୟରେ ଟୀକାକରଣ ପାଇଁ ସୃଷ୍ଟି ହୋଇଛି ଆଗ୍ରହ । ଏନେଇ ଟୀକାର ଆବଶ୍ୟକତା ବୃଦ୍ଧି ପାଇଛି । ଏହାକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଏକ ପତ୍ର ଲେଖିଛନ୍ତି ।
ଚିଠିରେ ନବ ଉଲ୍ଲେଖ କରିଛନ୍ତି, ଜାନୁଆରୀ ୧୬, ୨୦୨୧ ସୁଦ୍ଧା ରାଜ୍ୟରେ ୧.୪ କୋଟି ଟୀକାକରଣ ହୋଇଥିବା ବେଳେ ମାତ୍ର ୩% ନଷ୍ଟ ହୋଇଥିଲା । ଜୁନ ଦ୍ୱିତୀୟାର୍ଦ୍ଧରେ ରାଜ୍ୟକୁ ୧୩,୭୮,୩୧୦ ଡୋଜ କୋଭିସିଲ୍ଡ ମିଳିଥିଲା । ଆଜି ରାଜ୍ୟରେ ୩.୩୮ ଲକ୍ଷ କୋଭିସିଲ୍ଡ ସଂରକ୍ଷିତ ଅଛି, ଯାହା ଆଉ ଗୋଟିଏ ଦିନ ଟୀକାକରଣ ରେ ସହାୟକ ହେବ । ରାଜ୍ୟ କେନ୍ଦ୍ରଠାରୁ ତୁରନ୍ତ ଟୀକ ନ ପାଇଲେ ମଙ୍ଗଳବାରଠାରୁ ଟୀକାକରଣ ବନ୍ଦ ହୋଇଯିବ ବୋଲି ମନ୍ତ୍ରୀ ଜଣାଇବା ସହ ଜୁନ ମାସ ପାଇଁ ଆଉ ୬ ଲକ୍ଷ କୋଭିସିଲ୍ଡ ଟୀକା ଯୋଗାଇ ଦେଇ ରାଜ୍ୟରେ ଟୀକାକରଣକୁ ସହଜ କରିବାରେ ସହାୟକ ହେବାକୁ ଅନୁରୋଧ କରିଛନ୍ତି ।
previous post
next post
