ଅପରାଧ

ମା’କୁ ମାରିବାକୁ ଖାଦ୍ୟରେ ବିଷ ମିଶାଇ ଖାଇବାକୁ ଦେଲା ପୁଅ…

ଉତ୍ତର ପ୍ରଦେଶର ଆଗ୍ରା ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି।  ମା’କୁ ମାରିବାକୁ ଖାଦ୍ୟରେ ବିଷ ମିଶାଇ ଖାଇବାକୁ ଦେଲା ପୁଅ । ଏହି ଘଟଣାଟି ଆଗ୍ରାର ପିଢୌରା ଅଞ୍ଚଳରେ ଥିବା ବାରପୁରା ଗାଁରେ ଘଟିଛି। ଅଭିଯୁକ୍ତ ରବୀନ୍ଦ୍ର ଏବଂ ତା ସାନଭାଇ ମୁକେଶଙ୍କ ମଧ୍ୟରେ ଜମିବାଡ଼ିକୁ ନେଇ କିଛି ଦିନ ହେବ ବିବାଦ ଚାଲିଥିଲା। ଏହି ପାରିବାରିକ କଳହ ଯୋଗୁଁ ରବୀନ୍ଦ୍ରଙ୍କ ସ୍ତ୍ରୀ ନିଜ ବାପଘରକୁ ଚାଲିଯାଇଥିଲେ। ଯେତେବେଳେ ରବୀନ୍ଦ୍ର ନିଜ ସ୍ତ୍ରୀକୁ ଆଣିବା ପାଇଁ ଶାଶୂଘରକୁ ଯାଇଥିଲା, ସେଠାରେ ତାଙ୍କ ଶାଶୂ ଫୁଲବତୀ ଏକ ଅଜବ ସର୍ତ୍ତ ରଖିଥିଲେ।

ରବୀନ୍ଦ୍ରଙ୍କ ଶାଶୂ ସ୍ପଷ୍ଟ ଭାବରେ କହିଥିଲେ ଯେ, ଯଦି ରବୀନ୍ଦ୍ର ନିଜ ମା’ କୁ ରାସ୍ତାରୁ ହଟାଇବ, ତେବେ ଯାଇ ସେ ନିଜ ଝିଅକୁ ତାଙ୍କ ସହ ପଠାଇବେ। ସେ ରବୀନ୍ଦ୍ରଙ୍କୁ ମା’ଙ୍କ ଖାଦ୍ୟରେ ବିଷ ମିଶାଇ ହତ୍ୟା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ସ୍ତ୍ରୀକୁ ଫେରାଇ ଆଣିବା ନିଶାରେ ଅନ୍ଧ ହୋଇ ରବୀନ୍ଦ୍ର ଶାଶୂଙ୍କ ସେହି ସର୍ତ୍ତରେ ରାଜି ହୋଇଯାଇଥିଲା। ଜୁଲାଇ 9 ତାରିଖ ଦିନ ଅପରାହ୍ନ ପ୍ରାୟ 3 ଟା ସମୟରେ ସେ ଚଣାରେ ବିଷ ମିଶାଇ ତାଙ୍କ ମାଆ ରାମମୂର୍ତ୍ତିଙ୍କୁ ଖୁଆଇଥିଲେ। ଖାଦ୍ୟ ଖାଇବା ପରେ, ମହିଳା ଜଣକ ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ ଏବଂ ତାଙ୍କୁ ତୁରନ୍ତ ଡାକ୍ତରଖାନାକୁ ନିଆଯାଇଥିଲା, ଯେଉଁଠାରେ ତାଙ୍କର ଚିକିତ୍ସା ଚାଲିଛି।

ପୀଡିତାଙ୍କ ସ୍ୱାମୀ ରଣବୀର ସିଂହ ଏକ ଅଭିଯୋଗ ଦାୟର କରିଛନ୍ତି। ଏଫଆଇଆର ଅନୁଯାୟୀ, ରବିନ୍ଦ୍ର ତାଙ୍କ ବାପାଙ୍କୁ କହିଥିଲେ ଯେ ତାଙ୍କ ଶାଶୁ ଫୁଲବତୀ ତାଙ୍କୁ ବିଷ ଦେଇଥିଲେ। ପୋଲିସ ରବିନ୍ଦ୍ର ଏବଂ ତାଙ୍କ ଶାଶୁ ଫୁଲବତୀଙ୍କ ବିରୋଧରେ ଭାରତୀୟ ଦଣ୍ଡ ସଂହିତାର ଧାରା 61, 109 ଏବଂ 123 ଅନୁଯାୟୀ ଏକ ମାମଲା ରୁଜୁ କରିଛି। ରବିନ୍ଦ୍ରଙ୍କୁ ଗିରଫ କରାଯାଇଛି ଏବଂ ତଦନ୍ତ ଜାରି ରହିଛି।

Related posts

ଲକ୍ଷାଧିକ ଟଙ୍କାର ନକଲି ଜର୍ଦ୍ଦା ଜବତ

mahabharatanews

NEET ପେପର୍ ଲିକ୍: CBI ର ବଡ଼ କାର୍ଯ୍ୟାନୁଷ୍ଠାନ, ବଢୁଛି ଗିରଫଦାରୀ ସଂଖ୍ୟା

mahabharatanews

କଣ ଥିଲା ୩ ମହିଳାଙ୍କ ଦୋଷ, ସେମାନଙ୍କୁ ଲଙ୍ଗଳା କଲେ ଗ୍ରାମବାସୀ

mahabharatanews