ଓଡିଶା

ମହାପ୍ରଭୁଙ୍କ ନବମୀ ଦିନ, ସନ୍ଧ୍ୟା ୫ଟାରୁ ଦର୍ଶନ ବନ୍ଦ

(ପୁରୀ) : ଶ୍ରୀଜିଉମାନେ ଏବେ ରତ୍ନବେଦି (ଆଡ଼ପ ମଣ୍ଡପ)ରୁ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ଏଥିପାଇଁ ଶ୍ରୀଗୁଣ୍ଡିଚା ମନ୍ଦିରରେ ଭକ୍ତଙ୍କ ସମାଗମ ହେଉଛି। ଏହାରି ମଧ୍ୟରେ ପ୍ରଶାସନ ପକ୍ଷରୁ ବାହୁଡ଼ାଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ୨୭ ତାରିଖ ଦିନ ଆଡ଼ପ ମଣ୍ଡପରେ ନବମୀ ସନ୍ଧ୍ୟା ଦର୍ଶନ ୫ଟାରୁ ବନ୍ଦ ହେବ। ଅର୍ଥାତ ଆସନ୍ତା ‌ମଙ୍ଗଳବାର ସନ୍ଧ୍ୟା ୫ଟା ପରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ପ୍ରବେଶ କରିପାରିବେ ନାହିଁ।

ସୂଚନାନୁଯାୟୀ , ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଂଜନ କୁମାର ଦାସ ଆଜି ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ବାହୁଡ଼ାଯାତ୍ରା ପ୍ରସ୍ତୁତି ପାଇଁ ୨୭ ତାରିଖ ସନ୍ଧ୍ୟା ୫ଟା ପରଠାରୁ ସାଧାରଣ ଦର୍ଶନ ବନ୍ଦ ରହିବ। ସେହିଦିନ ସକାଳ ୭ଟାରୁ ସନ୍ଧ୍ୟା ୫ଟା ଯାଏଁ ଦର୍ଶନ ଜାରି ରହିବ।

 

Related posts

ଜମିଜମା ବିବାଦକୁ ନେଇ ସାନଭାଇର ଆକ୍ରମଣରେ ବଡଭାଇ ମୃତ

mahabharatanews

ବଜ୍ରାଘାତରେ ଯୁବତୀ ମୃତ

mahabharatanews

ଦକ୍ଷିଣାଞ୍ଚଳ ଡିଆଇଜିଙ୍କ ଛତ୍ରପୁର ପୋଲିସ ବାରାକ ପରିଦର୍ଶନ

mahabharatanews