ପୁରୀ : ପୁରୀ ରିଜର୍ଭ ପୋଲିସ ଲାଇନରେ ପାଳିତ ହୋଇଛି ୬୦ତମ ଗୃହରକ୍ଷୀ ପ୍ରତିଷ୍ଠା ଦିବସ । ଉତ୍ସବରେ ଆରକ୍ଷୀ ଅଧିକ୍ଷକ କେ ବିଶାଲ ସିଂ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗୃହରକ୍ଷୀ ମାନଙ୍କର କାର୍ୟ୍ୟର ଉଚ୍ଚ ପ୍ରଶଂସା କରିଥିଲେ । ସେ କହିଲେ ଯେ ବନ୍ୟା ବାତ୍ୟା ସମୟରେ ଗୃହରକ୍ଷୀ ମାନଙ୍କର କାର୍ୟ୍ୟ ପ୍ରସଂଶ ନୀୟ । ଗୃହରକ୍ଷୀ ମାନେ ନିଜ କାର୍ୟ୍ୟ କ୍ଷେତ୍ରରେ ସେମାନେ ପୋଲିସକୁ ଉତ୍ତମ ସହଯୋଗ ଯୋଗାଇ ଦେଇ ଆସିଛନ୍ତି । ଗୃହରକ୍ଷୀ ମାନେ ଉତ୍ତମ ସେବା କାର୍ୟ୍ୟକରୀ ଜନ ସାଧାରଣଙ୍କର ଆସ୍ଥାଭାଜନ ହେବାକୁ ସେ ପରାମର୍ଶ ଦେଇଥିଲେ । ପ୍ଲାଟୁନ କମାଣ୍ଡର ପ୍ରଦୀପ ପଟ୍ଟନାୟକଙ୍କ ନେତୃତ୍ୱରେ ଚାରୋଟି ଦଳ ଚିତ୍ତାକର୍ଷକ ପ୍ୟାରେଡରେ ଅତିଥିଙ୍କୁ ଅଭିବାଦନ ଜଣାଇଥିଲେ । ଏହି ଅବସରରେ ଉଲ୍ଲେଖନୀୟ କାର୍ୟ୍ୟ ପାଇଁ ଦୀପକ ପ୍ରଧାନ, ଅନନ୍ତ ନାରାୟଣ ମହାପାତ୍ର, ପ୍ରକାଶ ଭୋଇ, ସନାତନ ବରାଳ ଏବଂ ବାବୁ ବେହେରାଙ୍କୁ ଏସପି ସମ୍ବର୍ଦ୍ଧିତ କରିଥିଲେ । ଉତ୍ସବରେ ଅତିରିକ୍ତ ଏସପି ମିହିର ପଣ୍ଡା, ଆରଆଇ ଚନ୍ଦ୍ରଶେଖର ଦାସ, ଗୃହରକ୍ଷୀ ଆରଆଇ ଟୁନୁ ସାହୁଙ୍କ ସମେତ ବରିଷ୍ଠ ପୋଲିସ୍ ଅଧିକାରୀଗଣ ଉପସ୍ଥିତ ଥିଲେ ।
