Uncategorized

ବୈଜ୍ଞାନିକ ଚିନ୍ତାଧାରାର ବିକାଶ କ୍ଷେତ୍ରରେ ବିଜ୍ଞାନମେଳା ଅନୁଷ୍ଠିତ

ପୁରୀ : ଛାତ୍ର ଛାତ୍ରୀଙ୍କ ଭିତରେ ଥିବା ବୈଜ୍ଞାନିକ ଚିନ୍ତାଧାରାର ବିକାଶ ଲକ୍ଷ୍ୟରେ ପୁରୀ ଜିଲ୍ଲା ଅସ୍ତରଙ୍ଗ ଲବଣ ସତ୍ୟାଗ୍ରହ ବିଦ୍ୟାପୀଠରେ ଆୟୋଜିତ ହୋଇଛି ବିଜ୍ଞାନ ମେଳା । ବ୍ଲକର ବିଭିନ୍ନ ବିଦ୍ୟାଳୟର ଛାତ୍ର, ଛାତ୍ରୀ ଭାଗ ନେଇ ନିଜର ପ୍ରତିଭା ଦେଖାଇଛନ୍ତି । ପ୍ରତିଭା ଦେଖାଉଛନ୍ତି କୁନି କୁନି ବୈଜ୍ଞାନିକ । କିଏ ସୋଲାର ପ୍ୟାନେଲ ତିଆରି କରିଛି ତ ଆଉ କିଏ ସ୍ମାଟ ଭିଲେଜ କରି ଦେଖାଉଛି । ପୁଣି କିଏ ନୂଆ ଧରଣର ଭ୍ୟାକୁମକ୍ଲିନର ପଦର୍ଶିତ କରିଛି । ପୁରୀ ଜିଲ୍ଲା ଅସ୍ତରଙ୍ଗ ଲବଣ ସତ୍ୟାଗ୍ରହ ବିଦ୍ୟାପୀଠ କୁହୁଡିରେ ଆୟୋଜିତ ହୋଇଛି ଦିନିକିଆ ବିଜ୍ଞାନ ମେଳା । ବିଜ୍ଞାନ ମେଳାରେ ମୋଟ ୧୨୦ଟି ପ୍ରକଳ୍ପ ସାମିଲ ହୋଇଥିଲା । ପିଲା ମାନେ ନିଜ ବୁଦ୍ଧି ରେ ତିଆରି କରିଥିବା ପ୍ରୋଜେକ୍ଟ ଗୁଡିକୁ ଅତିଥି ମାନେ ବୁଲି ଦେଖିବା ସହ ପ୍ରଶଂସା କରିଛନ୍ତି । ବିଜ୍ଞାନ ମେଳାରେ ପଦର୍ଶିତ ପ୍ରୋଜେକ୍ଟ ମଧ୍ୟରୁ ବେଷ୍ଟ ତିନୋଟି ପ୍ରୋଜେକ୍ଟ କୁଜିଲ୍ଲା ସ୍ତରକୁ ଯିବାକୁ ସ୍ଥାନ ପାଇଥିଲା ।

Related posts

୧୧ ହଜାର କର୍ମଚାରୀଙ୍କୁ ଛଟେଇ କରାଯିବ : ମେଟା

mahabharatanews

ହେମନ୍ତ ସୋରେନଙ୍କ ପ୍ରତି ଜାତିଗତ ଆକ୍ଷେପକୁ ବିଜେପିର ଖଣ୍ଡନ

mahabharatanews

ରାମଲୀଳା ମୈଦାନରୁ ସିଏଏ ବିରୋଧୀଙ୍କୁ ମୋଦିଙ୍କ ଟାର୍ଗେଟ

mahabharatanews