ଭାରତ

ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ ,୭ମୃତ 

(ପଶ୍ଚିମବଙ୍ଗ) : ଅଚାନକ ପଶ୍ଚିମବଙ୍ଗର ଏକ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ । ଫଳରେ ଏଥିରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା‌ବେଳେ ଅନେକ ଆହତ ହୋଇଛନ୍ତି। ବିସ୍ଫୋରଣ ପରେ ପୁଲିସ ଓ ପ୍ରଶାସନ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି। ଦମକଳ ଗାଡ଼ି ନିଆଁଲିଭା କାର୍ଯ୍ୟରେ ନିୟୋଜିତ ହୋଇଛି।

ସୂଚନାନୁଯାୟୀ , ଆବଶ୍ୟକ ଅନୁମତି ନନେଇ ବାଣ ପ୍ରସ୍ତୁତି ପାଇଁ କଞ୍ଚାମାଲ ମହଜୁଦ ରଖାଯାଇଥିଲା। ଆହତମାନଙ୍କୁ ବରାସାତ୍‌ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ବଡ଼ ଧରଣର ବିସ୍ଫୋରଣ ଯୋଗୁଁ ନିକଟରେ ଅବସ୍ଥିତ ଘରଗୁଡ଼ିକୁ ମଧ୍ୟ କ୍ଷତି ପହଞ୍ଚିଛି।

Related posts

ରାସାୟନ କାରଖାନାରେ ବିସ୍ଫୋରଣ: ୪ ମୃତ

mahabharatanews

ଗାନ୍ଧୀ ମାର୍ଗରେ ଫୁଲ ଡ୍ରେସ ରିହର୍ସଲ 

mahabharatanews

ଅଜଣା ରୋଗରେ ଗଲାଣି ୩ମୁଣ୍ଡ

mahabharatanews