ଜାଗ୍ରେବ: କ୍ରୋଏସିଆରେ ଭୟଙ୍କର ଭୂକମ୍ପ । ଭୂକମ୍ପରେ ବ୍ୟାପକ କ୍ଷୟକ୍ଷତିର ସୂଚନା । ବହୁ କୋଠା ଭୁଶୁଡି ପଡିବା ସହ ୭ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି ଓ ଆହୁଣି ଅନେକ ମୃତ୍ୟୁର ଆଶଙ୍କା କରାଯାଉଛି । ମଙ୍ଗଳବାର ସ୍ଥାନୀୟ ସମୟ ଦିନ ୧୧.୩୦ରେ କ୍ରୋଏସିଆରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୪ ରହିଛି । ଏହାର କେନ୍ଦ୍ରସ୍ଥଳ ରାଜଧାନୀ ଜାଗ୍ରେବ ଠାରୁ ୫୦ କିମି ଦୂର ଥିଲା । ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୪ ରହିଛି। ଏଥିଯୋଗୁ ଏକାଧିକ ବିଲଡିଂ ଭୁଶୁଡ଼ି ପଡ଼ିଥିଲା। ଭୂକମ୍ପର ବୋଲି ଜଣାପଡ଼ିଛି।
ଭୂକମ୍ପ ପରେ ଉଦ୍ଧାରକାରୀ ଦଳ ଉଦ୍ଧାର କାର୍ଯ୍ୟରେ ଲାଗିପଡିଥିଲେ । ଅନେକ ଲୋକଙ୍କୁ ଧ୍ୱଂସାବଶେଷ ତଳୁ ଉଦ୍ଧାର କରାଯାଇଛି ଓ ୭ ଜଣଙ୍କର ମୃତ୍ୟୁ ଘଟିଥିବା ବର୍ତ୍ତମାନ ପର୍ଯ୍ୟନ୍ତ ସୂଚନା ମିଳିଛି । ମୁଖ୍ୟତଃ ପାଟ୍ରୋଞ୍ଜାରେ ଅଧିକ କ୍ଷୟକ୍ଷତି ହୋଇଛି । ପାଟ୍ରୋଞ୍ଜାର ଘର ସବୁ ତାସ ଘର ପରି ଭୁଶୁଡି ପଡିଥିଲା । ବହୁ ସଂଖ୍ୟାରେ ଘର ଭୁଶୁଡି ପଡିଥିବାରୁ ଅନେକ ଲୋକ ଧ୍ୱଂସାବଶେଷ ତଳେ ଚପି ରହିଥିବା ଅନୁମାନ କରାଯାଉଛି । ଏଥିସହ ଆଗକୁ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧିପାଇବା ଆଶଙ୍କା କରାଯାଉଛି ବୋଲି କ୍ରୋଏସିଆ ପ୍ରଧାନମନ୍ତ୍ରୀ ଆଣ୍ଡ୍ରେଜ ପ୍ଲେନକୋଭିକ କହିଛନ୍ତି। ।
previous post