Uncategorized

ବେଆଇନ ଅସ୍ତ୍ର ନିର୍ମାଣ ଠିକଣା ଉପରେ ପୁଲିସ ଚଢାଉ, ୧ ଗିରଫ

କୋଲକାତା: କୋଲକାତାର ପୋର୍ଟ ଅଞ୍ଚଳରେ ଚାଲିଥିବା ଏକ ବେଆଇନ ଅସ୍ତ୍ରଶସ୍ତ୍ର ଠିକଣା ଉପରେ ପୁଲିସ ଚଢାଉ କରି ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରିବା ସହ ଜଣକୁ ଗିରଫ କରିଛି । ଗିରଫ ବ୍ୟକ୍ତିର ନାମ ଅବଦୁଲ କୟ୍ୟୁମ ଓରଫ ମୁନ୍ନା । ଏକ ଛୋଟ ଟାଇଲ ଘରେ ମୁନ୍ନା କିଛି ମେସିନ ପକାଇ ଅସ୍ତ୍ରଶସ୍ତ୍ର ପ୍ରସ୍ତୁତ କରିଥିଲା । ଚଢାଉ ବେଳେ ପୁଲିସ ଗୋଟିଏ ୭ ଏମଏମ ପିସ୍ତଲ, ଗୋଟିଏ ପୂର୍ଣ୍ଣାଙ୍ଗ ମାଗାଜିନ, ଗୋଟିଏ ଅସମ୍ପୂୁର୍ଣ୍ଣ ମାଗାଜିନ, ଗୋଟିଏ ବ୍ୟାରେଲ, ତିନିଟି ଡ୍ରିିଲ ମେସିନ, ୬ଟି ଭିସେସ ମେସିନ, ଦୁଇଟି ହସ୍ତଚାଲିତ ଭିସା, ଷ୍ଟିଲ ଚାଦର, ଳୁହା କଣ୍ଡ, ହାତୁଡା ଆଦି ଜବତ କରିଛି ।

କାୟୁମ ବ୍ୟତୀତ ତାର ଘର ମାଲିକ ବିବାର ବାସିନ୍ଦା ମହମ୍ମଦ କାଲିମ ଓ ଅନ୍ୟମାନେ ଏହି କାମରେ ନିୟୋଜିତ ଥିଲେ । କିନ୍ତୁ ପୁଲିସ ସେମାନଙ୍କୁ ଗିରଫ କରିପାରି ନାହିଁ ।

Related posts

ଦେଶରେ ୨୪ ଘଣ୍ଟାରେ ୭୫,୮୦୯ କରୋନା ଆକ୍ରାନ୍ତ ଚିହ୍ନଟ, ୧୧୩୩ ମୃତ

mahabharatanews

ଦିଲ୍ଲୀ ସିଏଏ ହିଂସାର ଏସଆଇଟି ତଦନ୍ତ ବିିକ୍ଷୋଭରେ ସାମିଲ ଥିଲେ ବାହାର ଲୋକ, ୬୪ ଗିରଫ

mahabharatanews

୮୨ରନରେ ଜିତି ଟିମ୍ ଇଣ୍ଡିଆ ସମ୍ମାନ ରଖିଲା

mahabharatanews