ଭାରତ

ବାଣ କାରଖାନାରେ ବିସ୍ଫୋରଣ : ୭ ମୃତ

(ପଶ୍ଚିମବଙ୍ଗ) : ବାଣ ତିଆରି କାରଖାନାରେ ଭୟଙ୍କର ବିସ୍ଫୋରଣ । ତେବେ ଏହି ଅଘଟଣ ଦେଖିବାକୁ ମିଳିଛି ପଶ୍ଚିମବଙ୍ଗ ର ପୂର୍ବ ମେଦିନପୁର ଜିଲ୍ଲା ଏଗ୍ରା ଖାଦିକୁଲ୍ ଗାଁରେ । ବିସ୍ଫୋରଣରେ ବାଣ କାରଖାନାଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଏହି ବିସ୍ଫୋରଣରେ ୭ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୭ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି ।

ସୂଚନାନୁଯାୟୀ , ଆହତଙ୍କୁ ତୁରନ୍ତ ଚିକିତ୍ସା ପାଇଁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଆଗାମୀ ସମୟରେ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି କୁହାଯାଉଛି । ହଠାତ୍ କେହି କିଛି ବୁଝିପାରି ନଥିଲେ । ତୁରନ୍ତ ପୋଲିସକୁ ବିସ୍ପୋରଣ ସମ୍ପର୍କରେ ଖବର ଦିଆଯାଇଥିଲା ।

Related posts

 ଇସ୍ତଫା ଦେଲେ ନରେନ୍ଦ୍ର ସିଂ ତୋମାର

mahabharatanews

ନିଜ ରିଲେସନକୁ ଓପନ କରି ଗାର୍ଲଫ୍ରେଣ୍ଡ ସହ ଫୋଟୋ ଛାଡିଲେ ହ୍ରିତିକ ରୋଶନ

mahabharatanews

ପ୍ରଧାନମନ୍ତ୍ରୀଙ୍କୁ ‘ଲିଜନ୍ ଅଫ୍ ଅନର’ ସମ୍ମାନ

mahabharatanews

Leave a Comment