ଭାରତ

ବାଣ କାରଖାନାରେ ବିସ୍ଫୋରଣ : ୭ ମୃତ

(ପଶ୍ଚିମବଙ୍ଗ) : ବାଣ ତିଆରି କାରଖାନାରେ ଭୟଙ୍କର ବିସ୍ଫୋରଣ । ତେବେ ଏହି ଅଘଟଣ ଦେଖିବାକୁ ମିଳିଛି ପଶ୍ଚିମବଙ୍ଗ ର ପୂର୍ବ ମେଦିନପୁର ଜିଲ୍ଲା ଏଗ୍ରା ଖାଦିକୁଲ୍ ଗାଁରେ । ବିସ୍ଫୋରଣରେ ବାଣ କାରଖାନାଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଏହି ବିସ୍ଫୋରଣରେ ୭ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୭ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି ।

ସୂଚନାନୁଯାୟୀ , ଆହତଙ୍କୁ ତୁରନ୍ତ ଚିକିତ୍ସା ପାଇଁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଆଗାମୀ ସମୟରେ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି କୁହାଯାଉଛି । ହଠାତ୍ କେହି କିଛି ବୁଝିପାରି ନଥିଲେ । ତୁରନ୍ତ ପୋଲିସକୁ ବିସ୍ପୋରଣ ସମ୍ପର୍କରେ ଖବର ଦିଆଯାଇଥିଲା ।

Related posts

ଇଣ୍ଟରନେଟରେ ଭାଇରାଲ ହେଉଛି ନବ ଦମ୍ପତୀଙ୍କ ଡ୍ୟାନ୍ସ

mahabharatanews

ଆର୍ଯ୍ୟନଙ୍କୁ ମିଳିଲା କ୍ଲିନ୍ ଚିଟ୍

mahabharatanews

ପୂର୍ବତନ ବୈଦେଶିକ ମନ୍ତ୍ରୀ କେ.ନଟୱର ସିଂଙ୍କ ଦେହାନ୍ତ

mahabharatanews