ଓଡିଶା

ଖଳାରେ ନିଆଁ ଲାଗି ୭ ଲକ୍ଷ ଟଙ୍କାର ଧାନ ପୋଡି ପାଉଁଶ

(ମହାଭାରତ, ବୌଦ୍ଧ): ବୌଦ୍ଧ ଜିଲ୍ଲା କଣ୍ଟାମାଳ ଖଟଖଟିଆ ପଞ୍ଚାୟତ ସିନ୍ଦୁରପୁର ଗାଁରେ ଜଣେ ବ୍ୟକ୍ତିଙ୍କ ଧାନ ଖଳାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଫଳରେ ୭ ଲକ୍ଷ ଟଙ୍କାର ଧାନ ପୋଡି ପାଉଁଶ ହୋଇଛି । ସୂଚନା ଅନୁଯାୟୀ, ବ୍ୟକ୍ତି ଜଣକ ଧାନ କଟା ସରିବା ପରେ ଗାଁ ମୁଣ୍ଡରେ ଥିବା ଖଳାରେ ଗଦା କରି ରଖିଥିଲେ । କିନ୍ତୁ ମଙ୍ଗଳବାର ବିଳମ୍ବିତ ରାତିରେ କେହି ଜଣେ ଦୁର୍ବୃତ୍ତ ସେଥିରେ ନିଆଁ ଲଗାଇ ପୋଡି ଦେଇଥିବା ଅଭିଯୋଗ ହୋଇଛି । ଅଗ୍ନିକାଣ୍ଡ ସମ୍ପର୍କରେ ଖବର ପାଇ କଣ୍ଟାମାଳ ଓ ସୋନପୁରରୁ ଦୁଇଟି ଦମକଳ ଗାଡି ଆସି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । କିନ୍ତୁ ଦମକଳ ଗାଡି ଆସିବା ପୂର୍ବରୁ ଧାନ ପୋଡି ପାଉଁଶ ହୋଇଯାଇଥିଲା । ପ୍ରାୟ ୭ ଏକର ଜମିର ଧାନ ଉକ୍ତ ଖଳାରେ ରଖାଯାଇଥିଲା ବୋଲି ବ୍ୟକ୍ତି ଜଣକ ସୂଚନା ଦେଇଛନ୍ତି ।

Related posts

ଶ୍ରୀମନ୍ଦିର କ୍ଷେତ୍ରରେ ସରକାର ମୋ ପରାମର୍ଶ ନେଉନାହାନ୍ତି: ଶଙ୍କରାଚାର୍ଯ୍ୟ

mahabharatanews

ବିଶ୍ୱ ଅଙ୍ଗଦାନ ଦିବସ

mahabharatanews

ଜାକ ଜମକ ଲାଇଟ ସାଙ୍ଗକୁ ତୋରଣର ସାଜସଜାରେ ଜମୁଛି କଟକର ଦୂର୍ଗା ପୂଜା ମଣ୍ଡପ

mahabharatanews