(ମହାଭାରତ/ଗୋପ:) ନିଆଁ ଲାଗି ଗାଈ ବାଛୁରୀ ଆହତ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ରାଇଖଣ୍ଡି ପଞ୍ଚାୟତର ସୁଆଁଲ ଗ୍ରାମରେ ।
ସୁଆଁଲ ଗ୍ରାମର ହାଡ଼ୁ ବନ୍ଧୁ ସ୍ୱାଇଁ ତାଙ୍କ ଗୁହାଳେ ଶୀତ ଓ ଡାଆଁଶ ପାଇଁ ଗୁହାଳେ ଧୂଆଁ ଦେଇଥିଲେ । ଏଥିରୁ ଗୁହାଳ ଘରେ ନିଆଁ ଲାଗିଯାଇଥିଲା । ନିଆଁରେ ଗୋଟିଏ ଗାଈ, ଓ ଗୋଟିଏ ବାଛୁରି ଅ ।ହତ ହୋଇଛନ୍ତି । ଖବର ପାଇ ସାକ୍ଷୀଗୋପାଳ ମଣ୍ଡଳ ପ୍ରାଣୀ ଚିକିତ୍ସା ଅଧିକାରୀ ଡଃ ବିଶ୍ୱରଂଜନ ବେହେରାଙ୍କ ତତ୍ୱାବଧାନରେ ଗବକୁଣ୍ଡ ପାଣି ଚିକିତ୍ସା ମୁଖ୍ୟ ସୈମିତ୍ର କୁମାର ସେନାପତି ଘଟଣାସ୍ଥଳରେ ପହଂଚି ଆହାତ ହୋଇଥିବା ଗାଈ ଓ ବାଛୁରୀ କୁ ଚିକିତ୍ସା କରିଥିଲେ ।
