ଓଡିଶା

କୁଟୁରା ମାରି ୭ ଶିକାରୀ ଗିରଫ

କରଞ୍ଜିଆ / ବସନ୍ତ କୁମାର ସୋରେନ: ସାତକୋଶିଆ ଜଙ୍ଗଲରେ ଚଢ଼ଉ କରିଛନ୍ତିି ବନ କର୍ମଚାରୀ । କରଞ୍ଜିଆ ବନଖଣ୍ଡ ସାତକୋଶିଆ ରେଞ୍ଜ ଅଞ୍ଚଳରେ ଚଢ଼ଉ କରି ଏକ ତୀର ବିଦ୍ଧ କୁଟୁରାକୁ ଜବତ କରିବା ସହ ୭ ଜଣ ଶିକାରୀଙ୍କୁ ଘଟଣାସ୍ଥଳରୁ ଗିରିଫ କରିଛି।ଏଥି ସହିତ ଶିକାର ରେ ବ୍ୟବହୃତ ବିଭିନ୍ନ ପ୍ରକାର ଅସ୍ତ୍ରକୁ ଜବତ କରିଛି। ସୂତ୍ରରୁ ଖବର ପାଇ ସାତକୋଶିଆ ରେଞ୍ଜ ଅଧିକାରୀ ରବୀନ୍ଦ୍ର ନାଥ ମହାନ୍ତଙ୍କ ନେତୃତ୍ୱରେ ଫୋରେଷ୍ଟର ଗିରିଜନନ୍ଦ ଦଳେଇ,ଫୋରେଷ୍ଟ ଗାର୍ଡ ସନତ ମହାନ୍ତଙ୍କ ସମେତ ବନକର୍ମଚାରୀ ମାନେ ସାତକୋଶିଆ ୨ ନମ୍ବର ସଂରକ୍ଷିତ ଜଙ୍ଗଲରେ ଜଗି ରହିଥିଲେ ।ଅପରାହ୍ନ ସମୟରେ ଶିକାରୀ ଦଳ ଜଙ୍ଗଲ ଭିତରୁ ଏକା କୁଟୁରା ଶିକାର କରି ଫେରୁଥିବା ବେଳେ ଶିକାରୀ ମାନଙ୍କୁ ଧରି ଥିଲେ। ଧରା ପଡିଥିବା ସମସ୍ତ ୭ ଜଣ ଶିକାରୀ ସାତକୋଶିଆ ରେଞ୍ଜ ଅନ୍ତର୍ଗତ ସାତକୋଶିଆ ଗ୍ରାମର ବୋଲି ଜଣାପଡ଼ିଛି।ସେମାନଙ୍କ ନିକଟରୁ ଗୋଟିଏ ମୃତ କୁଟୁରା ସହ ଶିକାରରେ ବ୍ୟବହୃତ ୬ ଟି ଧନୁ,୨୦ ଟି ତୀର ସହ ୩ ଟି କୁରାଢ଼ୀ ଏବଂ ୧ ଟି ଛୁରୀକୁ ଜବତ କରିଛି ବନବିଭାଗ।ସାତକୋଶିଆ ରେଞ୍ଜ ରେ ଏ ନେଇ କେଶ ନମ୍ବର ୧ ଅନୁଯାୟୀ ଏକ ମାମଲା ରୁଜ୍ଜୁ ହୋଇଛି। ଗିରଫ ଶିକାରୀ ମାନଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ଇଉୠ ଫାଲଗୁନି ବେହେରା କହିଛନ୍ତି।

Related posts

ପୁଣି ହିଂଜିଳିରେ ହୋଇଛି କଡା କଡ଼ି ଯାଞ୍ଚ

mahabharatanews

ଝଙ୍କଡ଼ ମା ଶାରଳାଙ୍କ ପୀଠରେ ବାଣ ବିସ୍ପୋରଣ

mahabharatanews

ସୋପୋରରେ ପାଟ୍ରୋଲିଂ ଟିମ ଉପରେ ଆତଙ୍କବାଦୀ ଆକ୍ରମଣ, ଯବାନ ଶହିଦ

mahabharatanews