ଓଡିଶା

ଗଛରେ ପିଟି ହେଲା କାର, ୩ ଗୁରୁତର

ପାଟଣାଗଡ଼/ଜଗନ୍ନାଥ ଧରୁଆ: ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଥାନା ଅନ୍ତର୍ଗତ ଖପ୍ରାଖୋଲ ରୁ ଲାଠୋର ରାସ୍ତା ଘୁନସର ଛକ ବୁଲାଣି ନିକଟରେ ଭରସାମ୍ୟ ହରାଇ ଏକ ଏକ୍ସ – ପ୍ରେସ୍ କାର ଗଛରେ ପିଟି ହୋଇ ଦୁର୍ଘଟଣା ଘଟିଛି । ଫଳରେ କାର ଚାଲକ ସହିତ ତିନି ଜଣ ଗୁରୁତର ଆହାତ ହୋଇଛନ୍ତି । ଆହତଙ୍କୁ ପ୍ରଥମେ ଖପ୍ରାଖୋଲ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ପ୍ରାଥମିକ ଚିକିତ୍ସା ପରେ ଗୁରୁତର ଅବସ୍ଥାରେ ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲ ବଲାଙ୍ଗୀର କୁ ସ୍ଥାନାନ୍ତର କରାଯାଇଛି। ସୂଚନା ଅନୂସାରେ ଉମେଶ ଦତ୍ତ ,ଇନ୍ଦ୍ରମଣି ମେହେର ଓ ବିଷ୍ଣୁ ଅଗ୍ରୱାଲ ଏକ କାର ଯୋଗେ ଆଜି ବଲାଙ୍ଗୀର ରୁ କାମ ସାରି ନିଜ ଗାଁ ଲାଠୋରକୁ ଫେରୁଥିବା ବେଳେ ଘୁନସର ଛକ ନିକଟରେ ଭରସାମ୍ୟ ହରାଇ ଏକ ଲିମ୍ବ ଗଛରେ ପିଟି ହୋଇ କାର ଟି ଚୁରମାର ହୋଇ ଯାଇଥିବା ବେଳେ ତିନି ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ବୋଲି ଜଣାପଡିଛି । ଇନ୍ଦ୍ରମଣି ମେହେର ଲାଠୋର ଥାନା ପିପଲ ବାହାଲ ଗାଁ ର ହୋଇଥିବା ବେଳେ ଉମେଶ ଓ ବିଷ୍ଣୁ ଲାଠୋରର ବୋଲି ଜଣା ପଡ଼ିଛି।

Related posts

ବିଦ୍ୟୁତ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ

mahabharatanews

ଆଞ୍ଚଳିକ ବିଜ୍ଞାନ କେନ୍ଦ୍ରରେ ଖୋଲିବ ବିଜ୍ଞାନଭିତ୍ତିକ ଶିଶୁ ପାର୍କ

mahabharatanews

ବିଶି‌ଷ୍ଟ ନାଟ୍ୟକାର ଓ ସଂଳାପକାର ରଣଜିତ୍‌ ପଟ୍ଟନାୟକଙ୍କର ହୃଦ୍‌ଘାତରେ ପରଲୋକ

mahabharatanews