ଓଡିଶା

ରାଜ୍ୟର ୭୩ ପ୍ରତିଶତ ଲୋକଙ୍କ ଦେହରେ ଆଣ୍ଟିବଡି ବିକଶିତ

ଭୁବନେଶ୍ୱର: ଖୁସି ଖବର । ରାଜ୍ୟର ୭୩ ପ୍ରତିଶତ ଲୋକଙ୍କ ଦେହରେ ଆଣ୍ଟିବଡି ବିକଶିତ ହୋଇସାରିଛି ଓ ୯୩ ପ୍ରତିଶତ ସ୍ୱାସ୍ଥ୍ୟକର୍ମୀଙ୍କ ଶରୀରରେ ମଧ୍ୟ ଆଣ୍ଟିବଡି ସୃଷ୍ଟି ହୋଇଛି । ନିକଟରେ ହୋଇଥିବା ସେରୋସର୍ଭେରୁ ଏହା ଜଣ।।ପଡିଛି । ରାଜ୍ୟର ୧୨ଟି ଜିଲ୍ଲାରେ ଏହି ସେରୋସର୍ଭେ ହୋଇଥିଲା । ରିଜିଓନାଲ ମେଡିକାଲ ରିସର୍ଚ୍ଚ ସେଣ୍ଟର (ଆରଏକଆରସି) ନିର୍ଦ୍ଦେଶିକା ସଂଘମିତ୍ରା ପତି ସୂଚନା ଦେଇଛନ୍ତି ।
ସେରୋ ସର୍ଭେ ଚଳିତ ବର୍ଷ ଅଗଷ୍ଟ ୨୯ରୁ ସେପ୍ଟେମ୍ବର ୧୫ ପର୍ୟ୍ୟନ୍ତ ଚାଲିଥିଲା ।ଏଥିରେ ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ଖୋର୍ଦ୍ଧା, ସମ୍ବଲପୁର, ପୁରୀ, ବାଲେଶ୍ୱର, ମୟୂରଭଞ୍ଜ, ଯାଜପୁର, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର ଜିଲ୍ଲାକୁ ଅନ୍ତର୍ଭୁକ୍ତ କରାଯାଇଥିଲା । ମୋଟ ୬୬୮୦ଟି ନମୂନା ସଂଗ୍ରହ ହୋଇଥିଲା । ଏମାନଙ୍କ ମଧ୍ୟରେ ୧୦୦ ସ୍ୱାସ୍ଥ୍ୟକର୍ମୀ ମଧ୍ୟ ରହିଥିଲେ । ୬ରୁ ୧୦ ବର୍ଷୀୟଙ୍କ ମଧ୍ୟରେ ୭୦ ପ୍ରତିଶତ ଓ ୧୧ରୁ ୧୮ ବର୍ଷୀୟଙ୍କ ମଧ୍ୟରେ ୭୪ ପ୍ରତିଶତ ଆଣ୍ଟିବଡି ରହିଛି । ଟିକା ନେଇନଥିଲେ ମଧ୍ୟ ଶିଶୁଙ୍କ ଶରୀରରେ ଆଣ୍ଟିବଡି ସୃଷ୍ଟି ହୋଇଛି । ଶିଶୁ ଓ ବୟସ୍କଙ୍କ ତୁଳନାରେ ଯୁବକଙ୍କ ଠାରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ିଛି ।

 

Related posts

କଣ୍ଟେନରରେ ନିଆଁ ଲାଗି ଜଳିଗଲା ୩୦ରୁ ଅଧିକ ଇଲେକ୍ଟ୍ରି ସ୍କୁଟି

mahabharatanews

୩୭ ଲକ୍ଷ ଚାଷୀ ପରିବାରକୁ ୭୪୩ କୋଟି ଟଙ୍କା ଦେଲେ ମୁଖ୍ୟମନ୍ତ୍ରୀ

mahabharatanews

ପ୍ରବାସୀ ଫେରନ୍ତା ୨୬ଜଣ ସଂଘରୋଧ ଗୃହରେ ରହିଲେ 

mahabharatanews